Latest Odisha News

ଏଟିଏମ ଭିତରେ ପରିସ୍ରା କଲେ କନେଷ୍ଟବଳ, ଭିଡ଼ିଓ ଭାଇରାଲ୍ ପରେ ଚାକିରିରୁ ହେଲେ ସସପେଣ୍ଡ !

ବାରିପଦା: ବିଭିନ୍ନ ସ୍ଥାନରେ ଏଟିଏମ ଲୁଟ୍ ଘଟଣା ନଜରକୁ ଆସିଥାଏ । ମାତ୍ର ବାରିପଦାରେ ଏହି ଏଟିଏମ ମଧ୍ୟରେ ଜଣେ କର୍ତ୍ତବ୍ୟରତ କନେଷ୍ଟବଳ ଏକ ଅଭଦ୍ରୋଚିତ ଆଚରଣ କରି ସର୍ବସମ୍ମୁଖରେ ହଟହଟା ହେବା ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଭିଯୁକ୍ତ କନେଷ୍ଟବଳ ଜଣକ ଏଟିଏମରେ ପରିସ୍ରା କରି ଖସି ଚାଲିଯାଇଥିଲେ । ମାତ୍ର ତାଙ୍କର ଏହି ପରିସ୍ରା କରୁଥିବାର ଦୃଶ୍ୟକୁ ଅନ୍ୟ ଜଣେ ବ୍ୟକ୍ତି ମୋବାଇଲରେ କଏଦ କରିଦେଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଦେଇଥିଲେ ।

ମିଳିଥିବା ସୂଚନାନୁଯାୟୀ, ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ନିକଟରେ ରହିଥିବା ଏସବିଆଇ ଏଟିଏମ ମଧ୍ୟରେ ସମୀର ସେଠୀ ନାମକ କନେଷ୍ଟବଳ ପରିସ୍ରା କରୁଥିଲେ । ସବୁଠାରୁ ମଜାଦାର କଥାହେଲା ଏହି ଚତୁର କନେଷ୍ଟବଳ ଜଣକଙ୍କର ଏଟିଏମ ମଧ୍ୟରେ ପରିସ୍ରା କରିବା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଏହିପରି କାରନାମା କରି ସେ ମଧ୍ୟ ଧରାପଡ଼ି ହଟହଟା ହୋଇଥିଲେ ।

ଏହିଥର ଏହି ଭୂଲ୍ କରିଥିବାରୁ ତାଙ୍କୁ ଚାକିରିରୁ ସସପେଣ୍ଡ ହେବାକୁ ପଡ଼ିଛି । ଏହି ଘଟଣା ଏବେ ବାରିପଦା ସହରରେ ସବୁଆଡ଼େ ଆଲୋଚିତ ହେବା ସହିତ ଚର୍ଚ୍ଚିତ ହୋଇ ପଡ଼ିଛି ।

Comments are closed.