Latest Odisha News

BREAKING NEWS

ସମ୍ବିଧାନ ଦିବସ ଅବସରରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମଙ୍ଗଳବାର ୭୦ତମ ସମ୍ବିଧାନ ଦିବସ ଅବସରରେ କେନ୍ଦ୍ରୀୟ କକ୍ଷରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବ୍ୟତୀତ ଅନ୍ୟାନ୍ୟ ପଦାଧିକାରୀ ଅଂଶଗ୍ରହଣ କରିଛନ୍ତି ।

ମଙ୍ଗଳବାର ପୂର୍ବାହ୍ନ ୧୧ଟା ଠାରୁ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମ୍ବିଧାନସଭା ଦ୍ୱାରା ୧୯୪୯ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ସୌଜନ୍ୟତାମୂଳକ ଭାବେ ଗ୍ରହଣ କରାଯାଇଥିଲା । ଏଥିପାଇଁ ଏହିଦିନକୁ ସମ୍ବିଧାନ ଦିବସ ପାଳନ କରାଯାଉଛି ।

Leave A Reply

Your email address will not be published.