Latest Odisha News

BREAKING NEWS

ବୁଧବାର ମହାରାଷ୍ଟ୍ରରେ ବହୁମତ ପରୀକ୍ଷା; ସୁପ୍ରିମକୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ମହାରାଷ୍ଟ୍ର ବିଧାନସଭାର ଫ୍ଲୋର ଟେଷ୍ଟ କରାଯିବା ନେଇ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି।

ମହାରାଷ୍ଟ୍ରର ରାଜନୈତିକ ସମ୍ବନ୍ଧୀୟ ରାୟ ପ୍ରକାଶ କରିବା ସହ ଉକ୍ତ ଫ୍ଲୋର୍ ଟେଷ୍ଟର ସିଧା ପ୍ରସାରଣ ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଉଲ୍ଲେଖଯୋଗ୍ୟ, ସଂଖ୍ୟା ଗରିଷ୍ଠତା ବିନା ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧ କରି ଏନସିପି-କଂଗ୍ରେସ ଓ ଶିବସେନା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲୋ ଆହୁରି ମଧ୍ୟ ଏନସିପିର ସମସ୍ତ ୫୪ ଜଣ ବିଧାୟକଙ୍କ ସମର୍ଥନ ବିଜେପି ପ୍ରତି ରହିଥିବା ଦର୍ଶାଇବା ସହିତ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଜବାବ ଦାଖଲ ଲାଗି ୨ରୁ ୩ ଦିନ ଅଧିକ ସମୟ ପ୍ରଦାନ କରିବାକୁ ବିଜେପି ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଥିଲେ।

Leave A Reply

Your email address will not be published.