ସ୍ଥଗିତ ରହିଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ

ବାଲେଶ୍ବର : ସ୍ଥଗିତ ରହିଲା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଠାକୁର ମାହାଲକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । କରୋନା କଟକଣା ଥିବାରୁ ରଥ ନିର୍ମାଣକୁ ସ୍ଥଗିତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଏଭଳି ନିର୍ଦ୍ଦେଶ ପରେ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ପୂର୍ବରୁ ରଥ ନିର୍ମାଣ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରଥ ନିର୍ମାଣରେ ଖର୍ଚ୍ଚ ହେଉଥିବା ଟଙ୍କା ଅଯଥା ଖର୍ଚ୍ଚ ବୋଲି ଦର୍ଶାଇ ରଥ ନିର୍ମାଣ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିବାଦ ଘେରକୁ ଆସିଥିଲେ ବିଧାୟକ ସୁକାନ୍ତ ନାୟକ । ଜିଲ୍ଲାପାଳଙ୍କୁ ଚିଠି ଲେଖିବା ପରେ ରଥ ନିର୍ମାଣ ସ୍ଥଗିତ ରଖିବାକୁ ନୀଳଗିରି ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ । ବିଧାୟକଙ୍କ ଏପରି ବିତଣ୍ଡା ଯୁକ୍ତିଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା । ତେବେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ କୌଣସି ମନ୍ତବ୍ୟ ଦେଇନଥିଲେ । ଓଲଟି ଏହା ବିଧାୟକଙ୍କ ବ୍ୟକ୍ତିଗତ ମତ କହି ପ୍ରସଙ୍ଗରୁ ଏଡାଇ ଯାଇଥିଲେ ।