Latest Odisha News

BREAKING NEWS

କୋଭିଡ ହସପିଟାଲରେ ହେବ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର : ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ । ଆଗୁଆ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ତୃତୀୟ ଲହରରେ ଛୋଟ ପିଲା ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ପଦକ୍ଷେପ ନେବାକୁ କୁହାଯାଇଛି । କୋଭିଡ ହସପିଟାଲରେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି । ସବୁ ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଆଇସୋଲେସନ ବେଡ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨ରୁ ୪ଟି ଲେଖାଏଁ ବେଡ ସଂରକ୍ଷିତ ରଖିବାକୁ କୁହାଯାଇଛି ।

ନିର୍ଦ୍ଦେଶ ଅନୁସାରେ, ୭ଟି ମେଡିକାଲ କଲେଜରେ ୧୪ଟି ଏନଆଇସିୟୁ ସଂରକ୍ଷିତ ରଖିବାକୁ କୁହାଯାଇଛି । ସେହିପରି ୯୪ଟି ପିଆଇସିୟୁ, ୪୪ଟି ଏଚଡିୟୁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇସିୟୁ ସୁବିଧା ଥିବା ସବୁ କୋଭିଡ କେୟାର ସେଣ୍ଟରରେ ୧୫ ପ୍ରତିଶତ ବେଡ୍ ଶିଶୁଙ୍କ ପାଇଁ ସଂରକ୍ଷିତ ରହିବ । ଏହାସହ ପର୍ଯ୍ୟାପ୍ତ ଔଷଧ ଓ ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ହସପିଟାଲରେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଓ୍ବିଙ୍ଗ ଖୋଲିବ । ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ।

Leave A Reply

Your email address will not be published.