ଭୁବନେଶ୍ଵର: କ’ଣ ଆପଣ ମଧ୍ୟ ଆପଣଙ୍କ ପିଲାଙ୍କୁ ପାଉଡର ଦୁଗ୍ଧ ଦେଉଛନ୍ତି କି ? ଯଦି ହଁ, ତେବେ ଏବେଠାରୁ ହୋଇଯାଆନ୍ତୁ ସତର୍କ । ଆପଣଙ୍କ ପିଲା ପାଇଁ ଏହା ବିପଦପୁର୍ଣ୍ଣ ସାବ୍ୟସ୍ତ ହୋଇପାରେ । ନିକଟରେ ପାଉଡର୍ ଦୁଗ୍ଧର ନମୁନା ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ଏଥିରେ ସୀସା ଏବଂ ଆର୍ସେନିକ୍ ଥିବା ନେଇ ଜଣାପଡିଥିଲା । କଞ୍ଜ୍ୟୁମର ରିପୋର୍ଟ ଦ୍ୱାରା ଯାଞ୍ଚ କରାଯାଇଥିବା ପ୍ରାୟ ସମସ୍ତ ପାଉଡର୍ ଦୁଗ୍ଧର ନମୁନାକୁ ନେ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ବେଳେ ଏହି ନମୁନାରୁ ପଲିଫ୍ଲୋରୋଆଲକାଇଲ ମଧ୍ୟ ମିଳିଥିଲା। ସେହିପରି ଗୋଟିଏ ନମୁନାରେ ବି୍ସଫେନାଲ୍ ଏ (BPA) ଏବଂ ଆକ୍ରିଲାମାଇଡ୍ ମଧ୍ୟ ମିଳିଥିଲା। ଯାହା ପରେ ଏହି କ୍ଷୀର ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଉପରେ ପ୍ରଶ୍ନ ଉଠିଛି।
ଆମେରିକୀୟ ଏକାଡେମୀ ଅଫ୍ ପିଡିଆଟ୍ରିକ୍ସ ଅନୁଯାୟୀ, ଏହି ପ୍ରକାରର ଦୁଗ୍ଧ ପିଲାମାନଙ୍କଠାରେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିପାରେ। ପିଲାମାନଙ୍କୁ ୬ ମାସ ବୟସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖାଇବାକୁ ଦିଆଯିବା ଉଚିତ। କଞ୍ଜ୍ୟୁମର ରିପୋର୍ଟ ଦ୍ୱାରା ପରୀକ୍ଷିତ ୪୧ଟି ପାଉଡର୍ କ୍ଷୀର ନମୁନା ମଧ୍ୟରୁ ୩୪ଟିରେ ସୀସା ଥିଲା । ଏହାର ସର୍ବୋଚ୍ଚ ସ୍ତର ଏନଫାମିଲ୍ ନ୍ୟୁଟ୍ରାମିଜେନରେ ମିଳିଥିଲା। ଯଦିଓ ପରୀକ୍ଷିତ କୌଣସି ନମୁନାରେ ସୀସା ସ୍ତର ମାନକଠାରୁ ଅଧିକ ନଥିଲା, ତଥାପି ଅଳ୍ପ ପରିମାଣ ବିପଜ୍ଜନକ।
ଏହି ପ୍ରକାରର କ୍ଷୀର ଫିଇବା ଦ୍ଵାରା ପିଲାମାନଙ୍କର ମସ୍ତିଷ୍କ ଏବଂ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧିରେ ସମସ୍ୟା ହୋଇପାରେ। ଗ୍ୟାସ୍, ଡାଇରିଆ ଏବଂ କୋଷ୍ଠକାଠିନ୍ୟ ଭଳି ପାଚନ ସମସ୍ୟା ମଧ୍ୟ ଦେଖାଦେଇଥାଏ । ବୃକକ୍ ଏବଂ ଯକୃତ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଇମ୍ୟୁନିଟି ପାୱାର୍ ଦୁର୍ବଳ ହୋଇଯାଏ । ଯାହା ଫଳରେ ବାରମ୍ବାର ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦିଏ ।
କହିରଖୁଛୁ ଯେ, ହୁ ଏବଂ ଡାକ୍ତରମାନେ ପ୍ରଥମ ଛଅ ମାସ ପାଇଁ କେବଳ ମା’ କ୍ଷୀର ଖାଇବାକୁ ସୁପାରିଶ କରନ୍ତି କାରଣ ଏହା ସମସ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର। ଯଦି ମା’ କ୍ଷୀର ସମ୍ଭବ ହୋଇନଥାଏ ତେବେ ଜୈବିକ କ୍ଷୀର କିମ୍ବା ପ୍ରମାଣିତ ପାଉଡର୍ କ୍ଷୀର ଦିଆଯାଇପାରିବ। କିନ୍ତୁ ଏହି ପ୍ରକାର କ୍ଷୀର ଦେବା ପୂର୍ବରୁ ସେ ବିଷୟରେ ଅଧିକ ଯାଞ୍ଚ କରିବା ନିହାତି ଜରୁରୀ । ପିଲାଟି ଗୋଟିଏ ବର୍ଷ ବୟସର ହେଲେ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାକୁ ତାଜା ଏବଂ ଶୁଦ୍ଧ କ୍ଷୀର ଦେବା ଉଚିତ।
Comments are closed.