Latest Odisha News

BREAKING NEWS

ଧରାପଡ଼ିଲା ପାକିସ୍ତାନର ମିଛ, ଅଭିନନ୍ଦନଙ୍କୁ ଦିଆଯାଇଥିଲା ମାନସିକ ନିର୍ଯ୍ୟାତନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସେନାଙ୍କ କବଜାରେ ଥିବା ବେଳେ ତାଙ୍କୁ ଅକଥନୀୟ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା କଥା ମୁକ୍ତ ହେବା ପରେ କହିଛନ୍ତି ।

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ମୁକ୍ତ ହେବା ପରେ ବାୟୁସେନା ହସ୍ପିଟାଲରେ ତାଙ୍କର ଡ଼ାକ୍ତରୀ ପରୀକ୍ଷା ଓ ଯାଞ୍ଚ କରାଯାଇଛି । ଅଭିନନ୍ଦନ କହିଛନ୍ତି, ପାକିସ୍ତାନୀଙ୍କ ଦ୍ୱାରା ଅଟକ ଥିବା ସମୟରେ ଶାରୀରୀକ ନିର୍ଯ୍ୟାତନା ଦିଆଯାଇନଥିଲେ ମଧ୍ୟ ତାଙ୍କୁ ଅକଥନୀୟ ମାନସିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ଏଏନଆଇ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏଏନଆଇ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ଓ୍ଵିଙ୍ଗ କମାଣ୍ଡରଙ୍କ କହିବାନୁଯାୟୀ ପାକିସ୍ତାନୀ ସେନା  ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ।ସୂତ୍ର ମୁତାବକ ଆର୍ମି ହସ୍ପିଟାଲରେ ଥିବା ଅଭିନନ୍ଦନ କହିଛନ୍ତି ଯେ, ଅଟକ ସମୟରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇନଥିଲା, ମାତ୍ର ମାନସିକ୍ ରୂପେ ବହୁତ ନିର୍ଯ୍ୟାତନା ଦିଆଯାଇଥିଲା।

ଏହା ମଧ୍ୟରେ ଶନିବାର ଆର୍ମି ହସ୍ପିଟାଲରେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବାୟୁସେନା ମୁଖ୍ୟ ବିଏସ ଧନୋଆ ସାକ୍ଷାତ କରିଛନ୍ତି। କେବଳ ଏତିକି ନୁହେଁ ଧନୋଆ ଓ୍ଵିଙ୍ଗ କମାଣ୍ଡରଙ୍କ ସହିତ ଏକାକୀ ବହୁତ ସମୟ ଆଲୋଚନା ମଧ୍ୟ କରିଥିଲେ। ମେଡିକାଲ ଚେକ୍ ଅପ୍ ପରେ ଅଭିନନ୍ଦନ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି।

Leave A Reply

Your email address will not be published.