ଯାଜପୁର: ସୋମବାର ଯାଜପୁରରେ ୫ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଏଥି ସହ କଣ୍ଟେନମେଣ୍ଟ ଅଂଚଳକୁ ବୃଦ୍ଧି କରାଯାଇଛି । ତିନିଟି ବ୍ଲକର ସାତଟି ପଞ୍ଚାୟତର ୧୩ଟି ଗାଁକୁ ସିଲ କରାଯାଇଛି । ମେ ୪ ତାରିଖ ରାତି ୮ଟା ଯାଏଁ କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକ ଓ ସମ୍ପର୍କୀୟଙ୍କ ଆଜି ସ୍ୱାବ ନମୁନା ପରୀକ୍ଷା ହେଉଛି ।
ଗତକାଲି ଜିଲ୍ଲାରେ ୫ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏଥି ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ପହଞ୍ଚିଛି ।
Comments are closed.