ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ କରୋନା । ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଏବେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଟକଣା ଲାଗାଇଛି ବିଏମସି । ଆଜି ଆଉ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି ।
ବିଏମସିର ଦକ୍ଷିଣ-ପଶ୍ଚିମ ଜୋନ ପକ୍ଷରୁ ଘୋଷଣା ହୋଇଛି କଣ୍ଟେନମେଣ୍ଟ । କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ଅଞ୍ଚଳ ହେଲା – କଳିଙ୍ଗ ନଗର ସ୍ଥିତ ଟ୍ରାଇଡେଣ୍ଟ ଗାଲେକ୍ସି ଫ୍ଲାଟ ନମ୍ବର ୪୧୦, ନୟାପଲ୍ଲୀ ଭିଆଇପି କଲୋନୀ ପ୍ଲଟ ନମ୍ବର ୧୨୫, ସିଆରପିଏଫ କ୍ୟାମ୍ପସ ଟ୍ରେନିଂ ସେଣ୍ଟର, ବରମୁଣ୍ଡା ବିଡିଏ ଡ୍ୟୁପ୍ଲେକ୍ସ ପ୍ଲଟ ନମ୍ବର ୨୫୮, ପୋଖରୀପୁଟ ଏମଆଇଜି-୧୧ ପ୍ଲଟ ନମ୍ବର ୪୯ ଏବଂ ଜଗମୋହନ ନଗରର ପ୍ଲଟ ନମ୍ବର ୧୭୩୪/୩୪୮୫ । ଆଜି ସକାଳେ ଦକ୍ଷିଣ-ପୂର୍ବ ଜୋନରେ ୭ଟି ଓ ନର୍ଥ ଜୋନରେ ଗୋଟିଏ କଣ୍ଟେନମେଣ୍ଟ ଘୋଷଣା ହୋଇଥିଲା । ଗୋଟିଏ ଦିନରେ ରାଜଧାନୀର ୩ଟି ଜୋନରେ ମୋଟ ୧୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
Comments are closed.