Latest Odisha News

BREAKING NEWS

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା’ ଉପରେ ହିତାଧିକାରୀ ପରାମର୍ଶ ବୈଠକ

ଭୁବନେଶ୍ବର : ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଏବଂ ୟୁଏନଡିପି ସହଯୋଗରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା’ ଉପରେ ଏକ ହିତାଧିକାରୀ ପରାମର୍ଶ ବୈଠକ ଆୟୋଜିତ ହୋଇଛି । ସମସ୍ତ ହିତାଧିକାରୀଙ୍କ ଠାରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଥିବା ଆହ୍ବାନ ଏବଂ ସୁଯୋଗ ବିଷୟରେ ବୁଝିବା ଏବଂ ଜାଣିବା ପାଇଁ ୟୁଏନଡିପି ଓ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ଏହା ଉଦ୍ୟମ ବୋଲି କୁହାଯାଇଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏକ ବ୍ୟବସ୍ଥିତ ଚିନ୍ତାଧାରା ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଯେଉଁଠାରେ ହିତାଧିକାରୀମାନେ ସରକାରୀ, ବ୍ୟବସାୟ, ଲୋକ, କମ୍ପାନୀ ଇତ୍ୟାଦି ପରସ୍ପର ସହ ଜଡିତ ଅଟନ୍ତି । ଏହା ଶିଳ୍ପ ଏବଂ ମୂଲ୍ୟ ଶୃଙ୍ଖଳା ନେଟଓ୍ବର୍କରେ ପ୍ରତିଯୋଗୀ ସହଯୋଗକୁ ସକ୍ଷମ କରିବ ।

ସମ୍ମିଳନୀର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକ ସ୍ତରରେ ନିଷ୍ପତ୍ତି ନେଉଥିବା ବ୍ୟକ୍ତି, ଅନ୍ତର୍ଜାତୀୟ, ଜାତୀୟ, ପୌରପାଳିକା, ସହର ଏବଂ ଜିଲ୍ଲା ସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବା ଆବଶ୍ୟକ । ଡାକ୍ତରୀ ଏବଂ ଘରୋଇ ଉତ୍ସକୁ ପ୍ରାଥମିକତା ଦେଇ ସମ୍ଭାବ୍ୟ ବିପଦଜନକ ବର୍ଜ୍ୟବସ୍ତୁରୁ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଏହାର ପ୍ରଭାବକୁ କମାଇବା ଦରକାର । କାର୍ଯ୍ୟକ୍ରମରେ ବିଏମସି, ଜଟଣି ପୌରପାଳିକା, ଯାଜପୁର ପୌରପାଳିକା, ୟୁନିସେଫ, କିଟ୍, ଏକ୍ସଆଇଏମବି ସାମିଲ ହୋଇଥିଲେ ।

Leave A Reply

Your email address will not be published.