Latest Odisha News

BREAKING NEWS

ବଢ଼ିଲା ପଜିଟିଭ୍ କେସ୍, ରାଜ୍ୟକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନାର ଦୈନିକ ସଂକ୍ରମଣ । କଡ଼ାକଡ଼ି ହେଉଛି କଟକଣା । ସଂକ୍ରମଣ ପାଞ୍ଚ ଶହ ମୁହାଁ ହୋଇଥିବା ବେଳେ ମୁକାବିଲା ପାଇଁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

କଳାହାଣ୍ଡି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଆଧାରରେ ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ସରପଞ୍ଚ । ଆଜିଠୁ ଲାଗୁ ହୋଇଥିବା କଟକଣା ୮ ତାରିଖ ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ । କଳାହାଣ୍ଡି ଜିଲ୍ଲାରୁ ଆଜି ୨୯ ପଜିଟିଭ୍ ବାହାରିଛନ୍ତି ।

ସେହପରି ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ । ଡାକପାଲର ସ୍କୁଲ ସାହିରୁ ୮ ପଜିଟିଭ ଚିହ୍ନଟ ପରେ ଏହି ନିଷ୍ପତ୍ତି ନେଇଛି ପ୍ରଶାସନ । କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳରେ ଲୋକଙ୍କର ବାହାରକୁ ଯାଆସ ଉପରେ କଟକଣା ଲାଗିଛି । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାରୁ ୪ ଜଣ ନୂଆ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.