Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତ୍ତି ହେଲେ ଫାରୁକ୍ ଅବଦୁଲ୍ଲା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିକଟରେ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପୁଅ ଓମାର ଅବଦୁଲ୍ଲା ଶନିବାର ଟ୍ୱିଟ୍ କରିଛନ୍ତି।

ଓମାର ଅବଦୁଲ୍ଲା ଟ୍ୱିଟ୍ କରି କହିଛନ୍ତି ଯେ, ମୋ ପିତାଙ୍କୁ ଭଲ ଭାବେ ତଦାରଖ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଶ୍ରୀନଗରର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନ୍ୟାସନାଲ କନଫରେନ୍ସ ସଭାପତି କୋଭିଡ-୧୯ ଟିକାକରଣର ପ୍ରଥମ ଡୋଜ ନେବା ପରେ କରୋନା ସଂକ୍ରମିତ ହୋଇଥିଲେ।

Leave A Reply

Your email address will not be published.