Latest Odisha News

BREAKING NEWS

ଯାଜପୁରରେ ଗୋଟିଏ ଦିନରେ ୧୭ ପଜିଟିଭ: ଦଶରଥପୁରରେ ମେ ୧୩ ଯାଏଁ ବଢ଼ିଲା କଣ୍ଟେନମେଣ୍ଟ ଜୋନ ଅବଧି

ଯାଜପୁର: ଯାଜପୁର ଜିଲ୍ଲାରେ ଗୁରୁବାର ଦିନ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ଏଠାରେ କଟକଣାକୁ ଆହୁରି ବଢ଼ାଇ ଦିଆଯାଇଛି।

ପୂର୍ବରୁ ଦଶରଥପୁର ବ୍ଲକର କିଛି ଗାଁ କୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏହି କଟକଣାକୁ ଆଉ କିଛି ଅଞ୍ଚଳକୁ ବଢ଼ାଇ ଦିଆଯାଇଛି । ଗୋପାଳପୁର ପଞ୍ଚାୟତର ୨ଟି ଗାଁ ଏବଂ ଡାହାଣଅଟା ପଂଚାୟତ ର ୩ ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ।

ଏଥିପାଇଁ ୨ ଜଣ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ କଟିକଟା ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିଛି। ଏହି ଅଞ୍ଚଳର ଅବଧି ବଢ଼ାଯାଇ ମେ ମାସ ୧୩ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କରାଯାଇଛି ।

Comments are closed.