Latest Odisha News

BREAKING NEWS

‘ମଇ ଦିବସ’ର ମହନୀୟତା…

୧୮୮୧ ମସିହାରେ ଆମେରିକା ଶ୍ରମିକମାନଙ୍କର ଫେଡରେସନ ଗଠିତ ହୋଇଥିଲା । ତାର ମାତ୍ର ୨ ବର୍ଷ ପୂର୍ବରୁ ଏଡିସନ ବିଜୁଳି ଉଦ୍ଭାବନ କରିଥିଲେ । ଠିକ ତାର ୫ ବର୍ଷ ପୂର୍ବରୁ ଟେଲିଫୋନ ଉଦ୍ଭାବନ ହୋଇଥିଲା । ସେତେବେଳେ ଅଟୋ, aeroplane, ରେଡ଼ିଓ,ଟେଲିଭିଜନ, aircondition, computer, calculater ଥିଲା ସ୍ୱପ୍ନ ।ଏଇ ସମୟରେ ପ୍ରାୟ ୧୦ ରୁ ୧୨ ବର୍ଷ ପୂର୍ବରୁ ବ୍ରିଟିଶ ଟ୍ରେଡ଼ union କଂଗ୍ରେସ ଗଠନ ହୋଇଥିଲା । ଉକ୍ତ ସଙ୍ଗଠନ ଆମେରିକା ସମେତ ପୃଥିବୀ ର ଵିଭିନ୍ନ ଦେଶର ଶ୍ରମିକ ଆନ୍ଦୋଳନକୁ ନାନା ଦିଗରେ ପ୍ରଭାବିତ କରିଥିଲା ।
ସେତେବେଳେ ଶ୍ରମିକ ମାନଙ୍କର ନିର୍ଦିଷ୍ଟ କାର୍ଯ୍ୟ ନିର୍ଘଣ୍ଟ ବା ଏଥିଲାଗି କୌଣସି ଆଇନ କାନୁନ ନ ଥିଲା ।ଶ୍ରମଜୀବୀଙ୍କୁ ମାଲିକମାନେ ପଶୁ ଭଳି ବ୍ୟବହାର କରୁଥିଲେ । ଶ୍ରମିକ ଶୋଷଣ ଚରମ ସୀମାରେ ପହଂଚି ଥିଲା ।ଏହି ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ନ୍ୟାୟ ଭାବରେ ଦିନକୁ ୮ ଘଂଟା କାମ ଦାବି ବେଇ ବିପ୍ଳବ ର ପ୍ରଥମ ବିଗୁଲ ବଜାଇଥିଲେ ଆମେରିକା ର ଶ୍ରମଜୀବୀ ମେହନତ ମଣିଷ ମାନେ ।
୧୮୮୭ ମସିହା ମେ ପହିଲା ତାରିଖ, ଆମେରିକା ର ଚିକାଗୋ  ସହର ହେ ମାର୍କେଟ square ଲୋକାରଣ୍ୟ ହୋଇପଡିଲା । ଦାବି ଥିଲା ଦିନକୁ ୮ ଘଂଟା କାମ କରିବାର ଅଧିକାର ଦାବି ହାସଲ କରିବା । ଶ୍ରମଜିବି ମାନଙ୍କର ଏହି ଜାଗରଣ ଓ ସମାବେଶରେ ପୁରା ମାଲିକ ଶ୍ରେଣୀ ଆତଙ୍କିତ ହୋଇପଡିଲେ  ତାହା ନୁହେଁ ବରଂ ସେମାନେ ଆହୁରି ହିଂସ୍ର ହୋଇପଡିଲେ ।
ଶ୍ରମିକମାନଙ୍କ ଆନ୍ଦୋଳନକୁ ଶେଷ କରିବା ଲାଗି ସେମାନେ ସରକାର ଓ ପୋଲିସ ସହାୟତା ନେଲେ । ପୋଲିସ ପକ୍ଷରୁ ଲାଠି ମାଡ଼ ଓ ଗୁଳି ବର୍ଷଣ ଚାଲିଲା ।।ରକ୍ତରଞ୍ଜିତ ହୋଇପଡିଲା ପୁରା ହେ ମାର୍କେଟ suare  ଚଟାଣ । ଅନେକ ନିରୀହ ଶ୍ରମିକ ସେଠି ଟଳି ପଡିଲେ । ଅନେକ ଆହତ ହେଲେ ।ତିନିଜଣ ଶ୍ରମିକ ନେତାଙ୍କୁ  କାରାଗାର ରେ ନିର୍ମମ ଯନ୍ତ୍ରଣା ଦେଇ ଶେଷରେ ସେମାନଙ୍କୁ  ଫାଶି ଖୁଣ୍ଟରେ  ଝୁଲାଇ ଦିଆଗଲା ।
ସେଇ ରକ୍ତରଞ୍ଜିତ ଅଧ୍ୟାୟକୁ ସ୍ମରଣ କରି ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲାଗି ପ୍ରତିବର୍ଷ ପାଳନ କରାଯାଇ ଆସୁଛି ମେ ପହିଲା ରେ ଶ୍ରମିକ ଦିବସ ।
Leave A Reply

Your email address will not be published.