Latest Odisha News

BREAKING NEWS

ଆରଟିଆଇ କର୍ମୀଙ୍କ ହତ୍ୟାପାଇଁ ସୁପାରୀ କିଲରଙ୍କୁ ମିଳିଥିଲା ୧ଲକ୍ଷ ଟଙ୍କା: କନ୍ଧମାଳ ଏସପି

କନ୍ଧମାଳ: ଆରଟିଆଇ କାର୍ଯ୍ୟକର୍ତ୍ତା ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରେ ୨ ସୁପାରୀ କିଲରଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏନେଇ ରବିବାର ଦିନ କନ୍ଧମାଳ ଏସପି ପ୍ରତିକ ସିଂହ ସୂଚନା ଦେଇଛନ୍ତି ।

ଶ୍ରୀ ପଣ୍ଡାକୁ ହତ୍ୟା କରିବା ପାଇଁ ହତ୍ୟାକାରୀଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଇଥିଲା । ଏପରିକି ସେମାନଙ୍କ ଠାରୁ ବନ୍ଧୁକ, ୩ଟି ଗୁଳି ଓ ୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା । ଜଗନ୍ନାଥ ମନ୍ଦିର ବଜାର ପରିସରରେ ଥିବା ଏକ ଉଚ୍ଛେଦକୁ ନେଇ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ପରେ ସୁପାରି କିଲରଙ୍କ ଯୋଜନା ଅନୁଯାୟୀ ଗତ ଡିସେମ୍ବର ୧୦ ତାରିଖରେ ତାଙ୍କ ଘର ସମ୍ମୁଖରେ ଅଭିମନ୍ୟୁଙ୍କୁ ଗୁଳି କରାଯାଇଥିଲା ।

ଏପରିକି ବାଲିଗୁଡା ଥାନାରେ ଦାଏର ମାମଲା ଅନୁଯାୟୀ ମୁଖାପିନ୍ଧା ୨ଜଣ ବ୍ୟକ୍ତି ସକାଳ ୭ଟା ୩୦ମି.ରେ ଏକ ବାଇକରେ ଆସି ଅଭିମନ୍ୟୁଙ୍କୁ ଘରୁ ବାହାରକୁ ଡାକିଥିଲେ । ସେ ବାହାରକୁ ଆସିବା ପରେ ସଙ୍ଗେସଙ୍ଗେ ତାଙ୍କ ଉପରକୁ ସେମାନେ ଗୁଳିମାଡ କରିଥିଲେ ।

ଆହୁରି ମଧ୍ୟ ଉକ୍ତ ଏଫଆଇଆରରେ ପରିବାର ବର୍ଗ ପ୍ରାୟ ୪ ଜଣଙ୍କ ନାମ ସଦିଗ୍ଧ ଭାବେ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.