Latest Odisha News

BREAKING NEWS

ସ୍ୱତନ୍ତ୍ର ପ୍ଲାନ ସହ ଗ୍ରାହକଙ୍କୁ ବିଏସଏନଏଲର ନୂଆବର୍ଷ ଭେଟି !

ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ନୂଆବର୍ଷ ଉପଲକ୍ଷେ ନିଜ ଗ୍ରାହକଙ୍କୁ ପାଇଁ ନୂଆ ଅଫର ଆଣିଛି ।

ବିଏସଏନଏଲ ପକ୍ଷରୁ ଜାରି ସୂଚନା ଅନୁସାରେ ୧୯୯୯ ଟଙ୍କାର ରିଚାର୍ଜରେ ଗ୍ରାହକଙ୍କୁ ୬୦ ଦିନ ଅଧିକ ବୈଧତା ମିଳିବ । ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ଏହି ସ୍ୱତନ୍ତ୍ର ଅଫର ବଡ ଦିନରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ବର୍ଷ ଜାନୁ୍ୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡିଛି। ପୂର୍ବରୁ ୧୯୯୯ ଟଙ୍କାର ରିର୍ଚାଜରେ ଗ୍ରାହକ ୩୬୫ ଦିନେ ବୈଧତା ମିଳୁଥିବା ବେଳେ ଏହି ନୂତନ ଅଫର ଜରିଆରେ ଗ୍ରାହକ ଅଧିକ ୬୦ ଦିନ ବା ୪୨୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସୁବିଧା ସୁଯୋଗର ଲାଭ ଉଠାଇପାରିବେ ।

ଏହି ପ୍ଲାନରେ ଆପଣ ପାଇପାରିବେ ପ୍ରତ୍ୟେକ ଦିନ ୩ ଜିବି ଡାଟା, କୌଣସି ବି ନେଟୱାର୍କକୁ ଅନଲିମିଟେଡ କଲ ସହ ଦିନ ୧୦୦ ଟି ଏସଏମଏସ । ଏହା ସହ ଏହି ଯୋଜନା କମ୍ପାନୀ ତାର ଗ୍ରାହକଙ୍କୁ ବିଏସଏନଏଲ ଟ୍ୟୁନ ବିଏସଏନଏଲ ଟିଭିର ମଧ୍ୟ ମାଗଣା ସବସ୍କ୍ରିପଶନ ଦେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ଏହା ସହ ବିଏସଏନଏଲ ପକ୍ଷରୁ ଟକଟାଇମ ପ୍ଲାନରେ ମଧ୍ୟ କିଛି ପରିବର୍ତ୍ତନ ଅଣାଯାଇଛି ।

ପୂର୍ବରୁ ୪୫୦ ଟଙ୍କା ଓ ୨୫୦ ଟଙ୍କାର ରିଚାର୍ଜରେ କଲେ ଗ୍ରାହକଙ୍କୁ ମିଳୁଥିବା ଟକଟାଇମ ସହ ବର୍ତ୍ତମାନ କିଛି ଏକ୍ସାଟ୍ରା ଟକଟାଇମ ମଧ୍ୟ କମ୍ପାନୀ ପକ୍ଷରୁ ଦିଆଯିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.