Latest Odisha News

BREAKING NEWS

ନବରଙ୍ଗପୁରରେ ଚାଞ୍ଚଲ୍ୟ: ଭାଲୁ ଆକ୍ରମଣରେ ଠିକାଦାର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁରରେ ଚାଞ୍ଚଲ୍ୟ । ଭାଲୁ ଆକ୍ରମଣରେ ଠିକାଦାର ମୃତ୍ୟୁ । ମୃତକଙ୍କ ପରିଚୟ ମିଳିଥିବା ବେଳେ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ବିକ୍ରମପୁର ଭତରା ଗ୍ରାମ ନିକଟରେ ନିର୍ମାଣ ଚାଲିଥିବା ଭାରତ ମାଳା ରାସ୍ତା କାର୍ଯ୍ୟରେ କାର୍ଯ୍ୟରତ ଜଣେ ଠିକାଦାରଙ୍କୁ ହଠାତ୍ ଆଜି ସକାଳେ ଏକ ଭାଲୁ ଟାଣି ନେଇ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ସେଠାରେ ଭାଲୁ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ମଧ୍ୟପ୍ରଦେଶ ମାହିର ଗାଁ ର ବ୍ରିଜେଶ କୁମାର ଦ୍ୱିବେଦୀ । ସାଥିରେ ଥିବା ଲୋକମାନେ  ଭାଲୁକୁ ଘୋଡାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ହୋଇ ପାରି ନ ଥିଲା । ସଙ୍ଗେ ସଙ୍ଗେ ଏନେଇ ନବରଙ୍ଗପୁର ପୋଲିସ ଓ  ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ ପହଞ୍ଚି ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଭାଲୁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.