Latest Odisha News

BREAKING NEWS

ଘରକୁ ଫେରୁଥିଲେ ଠିକାଦାର, ଦୁର୍ବୃତ୍ତଙ୍କ ଗୁଳିର ହେଲେ ଶିକାର

ଖୋର୍ଦ୍ଧା: ରବିବାର ରାତିରେ ଖୋର୍ଦ୍ଧା ଜିଲ୍ଲାର ଦୁଇଜଣ ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଯୁବ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ରାଧାମୋହନପୁରର ରମେଶ ରାଉତ ବୋଲି ଜଣାପଡିଛି। ରମେଶ ରାଉତ ତାଙ୍କର ଦୁଇ ସାଙ୍ଗଙ୍କ ସହ କାମ କରିବାକୁ ଯାଇ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଟାଙ୍ଗୀ ଥାନା ଚନ୍ଦନେଶ୍ୱର ଛକ୍ ନିକଟରେ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ରମେଶ ରାଉତଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରେ ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ସେମାନେ ଘଟଣାସ୍ଥଳରୁ ପଳାଇଥିଲେ।

ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ରମେଶ ରାଉତଙ୍କୁ ତାଙ୍କ ପତ୍ନୀ ଏବଂ ଦୁଇ ପିଲା ଅଛନ୍ତି। ତାଙ୍କ ପରିବାର ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ରମେଶ ରାଉତଙ୍କ ହତ୍ୟା ପଛରେ ଟୁଟୁ ବାରିକ ବୋଲି ବ୍ୟକ୍ତି ଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ପୋଲିସ ଏପର୍ଯ୍ୟନ୍ତ ଉଦ୍ଧାର କରିପାରି ନାହିଁ। ହତ୍ୟା ପଛର କାରଣ ମଧ୍ୟ ସେମାନେ ଅନୁସନ୍ଧାନ କରୁଛନ୍ତି।

ରମେଶ ରାଉତଙ୍କ ଭାଇ ଶେଷଦେବ କହିଛନ୍ତି, ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ସେ କହିଥିଲେ ବାଟରେ ଆସୁଛନ୍ତି ଖୁବଶୀଘ୍ର ଘର ପହଞ୍ଚିଯିବେ। କିନ୍ତୁ ବିଳମ୍ବ ହେହା ଦେଖି ଫୋନ୍ କରିଥିଲେ ରମେଶଙ୍କୁ। କିନ୍ତୁ କେହି ଫୋନ୍ ଉଠାଇନଥିଲେ। ପରେ ଜଣାପଡିଥିଲା ତାଙ୍କ କେହି ଜଣେ ଗୁଳି ମାରିଛନ୍ତି। ଏହାପରେ ଆମେ ସଙ୍ଗେସଙ୍ଗେ ହସ୍ପିଟାଲକୁ ଯାଇଥିଲୁ।

ହତ୍ୟାର ଉଦ୍ଦେଶ୍ୟ କଣ ଜଣା ନାହିଁ। କିନ୍ତୁ କେଉଁ କାରଣ ପାଇଁ ଏପରି ହେଲେ ତାହା ଟୁଟୁ ବାରିକ ହିଁ କହିପାରିବେ। ଯିଏକି ଭାଇ ରମେଶଙ୍କ ସହ ଥିଲେ। ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଘଟଣା ବାବଦରେ ଜଣାପଡ଼ିବ ବୋଲି ମୃତକଙ୍କ ଭାଇ କହିଛନ୍ତି।

ଅନ୍ୟପଟେ ଠିକାଦାର ରମେଶ ଯେଉଁ ଦୁଇ ଜଣ ସାଙ୍ଗଙ୍କ ସହ ଯାଇଥିଲେ ସେମାନେ ଏହି ଗୁଳିକାଣ୍ଡର ଆହତ ହୋଇଛନ୍ତି ନା କୁଆଡେ ଫେରାର ହୋଇଯାଇଛନ୍ତି ତାହା ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.