Latest Odisha News

BREAKING NEWS

ଠିକା ନିଯୁକ୍ତ ସରକାରୀ କର୍ମଚାରୀଙ୍କର କଟିବ ନାହିଁ ରାସନକାର୍ଡ

ଭୁବନେଶ୍ବର: ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେଉଁ କର୍ମଚାରୀଙ୍କର ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କ ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଠିକା ସରକାରୀ କର୍ମଚାରୀମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ।

ଭଲ ଚାକିରି କିମ୍ବା ଭଲ ଦରମା ପାଉଥିବା କର୍ମଚାରୀମାନେ ନିଜର ରାସନକାର୍ଡ ଫେରାଇବେ। ମନ୍ତ୍ରୀ କହିଛନ୍ତି ଯେ ସବୁ ଜିଲ୍ଲାରୁ କାର୍ଡ ଫେରାଇବା ପ୍ରକ୍ରିୟା ଜାରି ରହିଛି। ଦୁଇଦିନ ତଳେ ଏହି ସଂଖ୍ୟା ୧୨ହଜାର ଥିବା ବେଳେ ଆଜି ତାହା ୨୦ହଜାରରେ ପହଞ୍ଚିଛି। କଣ୍ଟ ପୂରିବା ପରେ ଯେଉଁ ସରକାରୀ କର୍ମଚାରୀ ରାସନକାର୍ଡ ରଖିଥିବା ଧରାପଡ଼ିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ରାଜ୍ୟ ସରକାର ରାସନକାର୍ଡ ଇ-କେୱାଇସି ଅପ୍‌ଡେଟ୍‌ ଅବଧିକୁ ଫେବ୍ରୁଆରୀ ୧୫ତାରିଖକୁ ବଢ଼ାଇଛନ୍ତି। ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ କାରଣରୁ ଇ-କେୱାଇସି କରିପାରି ନଥିବା ନେଇ ସରକାରଙ୍କୁ ଜଣାଇଥିଲେ। ସରକାର ଲୋକଙ୍କ ଦାବିକୁ ବିଚାରକୁ ନେଇ ଅବଧିକୁ ୧୫ଦିନ ପାଇଁ ବଢ଼ାଇଛନ୍ତି।

Comments are closed.