Latest Odisha News

କାହିଁକି ଶ୍ରେଷ୍ଠ ଗୁରୁ ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ: ଜାଣନ୍ତୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ…

ଭୁବନେଶ୍ୱର: ଆଜି ପବିତ୍ର ଗୁରୁ ଦିବସ ପାଳୁଛି ପୁରା ଦେଶ। ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ। ତେବେ କଣ ଆପଣ ଜାଣନ୍ତି କାହିଁକି ସେ ଶ୍ରେଷ୍ଠ ଗୁରୁ ଭାବେ ପରିଚିତ? କାହିଁକି ତାଙ୍କ ଜନ୍ମଦିନକୁ ହିଁ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ?

ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୫ ସେପ୍ଟେମ୍ବର ୧୮୮୮ ରେ ତିରୁତାନୀରେ ଜନ୍ମଗ୍ରହଣ କରିଥିଲେ। ଏହି ସ୍ଥାନ ଦକ୍ଷିଣ ଭାରତର ପ୍ରସିଦ୍ଧ ତୀର୍ଥସ୍ଥାନ ମଧ୍ୟରୁ ଅନ୍ୟତମ।

ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଜଣେ ଦାର୍ଶନିକ ଥିଲେ। ସେ ମହିଳା ଶିକ୍ଷାର ଜଣେ ବଡ଼ ସମର୍ଥକ ଥିଲେ। ଦର୍ଶନ କ୍ଷେତ୍ରରେ ଭାରତକୁ ବିଶ୍ୱ ସ୍ତରରେ ସ୍ଥାନିତ କରିଥିଲେ ଡକ୍ଟର ରାଧାକ୍ରିଷ୍ଣନ। ତାଙ୍କୁ ଭାରତ ଏବଂ ପଶ୍ଚିମ ମଧ୍ୟରେ ଏକ ସେତୁ ନିର୍ମାଣକାରୀ ଭାବରେ ଦେଖାଯାଏ ।

ସେ ସବୁ ବେଳେ କହୁଥିଲେ “ଶିକ୍ଷା, ସମ୍ପୂର୍ଣ୍ଣ ହେବା ପାଇଁ ମାନବ ହେବା ଆବଶ୍ୟକ, ଏଥିରେ କେବଳ ବୁଦ୍ଧିର ପ୍ରଶିକ୍ଷଣ ନୁହେଁ ଏଥିରେ ହୃଦୟର ପରିଷ୍କାରତା ଏବଂ ଆତ୍ମାର ଅନୁଶାସନ ସାମିଲ ରହିବା ଦରକାର। ଯଦି ଏହା ହୃଦୟ ଏବଂ ଆତ୍ମାକୁ ଅଣଦେଖା କରେ ତେବେ କୌଣସି ଶିକ୍ଷା ସଂପୂର୍ଣ୍ଣ ବିବେଚନା କରାଯାଇପାରିବ ନାହିଁ ।”

ଏଥିରୁ ଜଣାପଡେ ଯେ ସେ ଶିକ୍ଷା ପ୍ରତି କେତେ ଗମ୍ଭୀର ଥିଲେ ଏବଂ ତାଙ୍କ ଜୀବନରେ ଶିକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଉ ତାଙ୍କର ଶିକ୍ଷା କ୍ଷେତ୍ରରେ ସେଇ ଅବଦାନ ପାଇଁ ତାଙ୍କୁ ଆଜି ଶ୍ରେଷ୍ଠ ଗୁରୁ ମାନୁଛି ଦେଶ।

Comments are closed.