Latest Odisha News

BREAKING NEWS

ପରଲୋକରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ ।

ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନ ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର । ଆଶ୍ରମରେ କେଳେଙ୍କାରୀ ନେଇ ବିବାଦୀୟ ହେବା ପରେ ୨୦୧୫ରେ ଗିରଫ ହୋଇଥିଲେ । ସେତେବେଳେ ଦୁଇ ପୁଅଙ୍କୁ ବି ଗିରଫ କରିଥିଲେ ପୋଲିସ ।

ଫାଇଲ୍ ଫଟୋ

ସୁର ବାବାଙ୍କ ଆଶ୍ରମ ନାଁରେ ଜମି ଜବରଦଖଲ, ସମ୍ପତ୍ତି ହଡ଼ପ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ମହିଳାଙ୍କୁ ବ୍ଲାକ୍‌ମେଲ କରି ଯୌନ ନିର୍ୟାତନା ଦେବା ଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ଆସିଥିଲା । ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ଜେଲରୁ ବାହାରିଥିଲେ ସୁର ବାବା ।

Leave A Reply

Your email address will not be published.