Latest Odisha News

BREAKING NEWS

ଭାରତରେ ‘କୋଭିସିଲଡ୍’ ଟିକାର ଜରୁରିକାଳୀନ ବ୍ୟବହାର ଅନୁମତି ମାଗିଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କୋଭିସିଲ୍ଡ ଟିକା ବିକଶିତ କରୁଛି ସେରମ୍ । ଜରୁରୀ ବ୍ୟବହାର କରିବାକୁ କମ୍ପାନୀ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ ବା (ଡିଜିସିଆଇ)ରୁ ଅନୁମତି ମାଗିଛି ।

ଏଭଳି ପଦକ୍ଷେପ ନେବାରେ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରଥମ ଭାରତୀୟ କମ୍ପାନୀ ହୋଇପାରିଛି । ଲୋକଙ୍କ ହିତ ଓ ଚିକିତ୍ସାକୁ ପ୍ରାଥମିକତା ଦେଇ କୋଭିସିଲ୍ଡ ଟିକାକୁ ଅନୁମତି ଦେବାକୁ ଅନୁରୋଧ କରିଛି କମ୍ପାନୀ । ଆଇସିଏମଆର ଅନୁଯାୟୀ ସେରମ୍ ଇନଷ୍ଟିଚ୍ୟୁଟ୍ ଏହି ଟିକାର ୪ କୋଟି ଡୋଜ ପ୍ରସ୍ତୁତ କରିସାରିଛି । ସଂରକ୍ଷିତ ରଖିବା ପାଇଁ ଊଉଏଓରୁ ଲାଇସେନ୍ସ ମଧ୍ୟ ନେଇଛି ।

ଚଳିତ ମାସରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ସିଇଓ ଆଦାର ପୁନଓ୍ୱାଲା କହିଥିଲେ, କୋଭିସିଲ୍ଡ ଟିକା ପ୍ରସ୍ତୁତ ହେଲେ ପ୍ରଥମେ ଦେଶବାସୀଙ୍କୁ ପ୍ରାଥମିକତା ଦିଆଯିବ । ଏହାପୂର୍ବରୁ ଆମେରିକୀୟ କମ୍ପାନୀ ଫାଇଜର ତାର କରୋନା ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଡିଜିସିଆଇର ଅନୁମତି ଲୋଡ଼ିଛି ।

Leave A Reply

Your email address will not be published.