ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ବିରୋଧୀଙ୍କ ତୀବ୍ର ବିରୋଧ ଭିତରେ ବାଚସ୍ପତି ଓମ ବିର୍ଲାଙ୍କ ଅନୁମତି କ୍ରମେ ବୁଧବାର ସଂସଦରେ ସଂଶୋଧିତ ୱାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବର୍ତ୍ତମାନ ବିଲ୍ ଉପସ୍ଥାପନ ପରେ ଏବେ ଏହା ଉପରେ ଏକ ଆଲୋଚନା ଜାରି ରହିଛି । ଯାହାକି ଦୀର୍ଘ ୮ ଘଣ୍ଟାର ଆଲୋଚନା ଚକ୍ର ରହିବ । ଏନେଇ ଲୋକସଭାରେ ୱାକଫ ଆଇନ ଉପରେ ଆଲୋଚନା ପାଇଁ ଆଠ ଘଣ୍ଟା ସମୟ ଦିଆଯାଇଛି। କିନ୍ତୁ ଏଥର ଏହାକୁ ବୃଦ୍ଧି ମଧ୍ୟ କରାଯାଇପାରିବ। ଯଦି ଲୋକସଭାରେ ଗୃହୀତ ହୁଏ, ତେବେ ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହେବ।
ସେପଟେ ବିରୋଧୀଙ୍କ ବିରୋଧ ସତ୍ତ୍ବେ ବୁଧବାର ଦିନ ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଉପସ୍ଥାପନ ପରେ, ରିଜିଜୁଙ୍କ ବିଲ୍ ସମ୍ବନ୍ଧୀୟ ଭାଷଣ ସମୟରେ, ବିରୋଧୀ ଏହାକୁ ନେଇ ନେଇ ସଂସଦ ଭିତରେ ବଡ ହଙ୍ଗାମା କରିଥିଲେ । ଯାହାର କଡା ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଲ ନେଇ ଆଲୋଚନା ବେଳେ କଂଗ୍ରେସକୁ କଡା ନିଶାନା ସାଧିଛନ୍ତି ମନ୍ତ୍ରୀ । ବିରୋଧୀଙ୍କ ନାରାବାଜି ଏବଂ ବିରୋଧ ମଧ୍ୟରେ ରିଜିଜୁ କହିଛନ୍ତି, ଯଦି ଆମେ ବିଲ୍ ଆଗତ କରିନଥାନ୍ତୁ, ତେବେ ସଂସଦ ଭବନକୁ ମଧ୍ୟ ୱାକଫ୍ ସମ୍ପତ୍ତି ଭାବରେ ଦାବି କରାଯାଇଥାନ୍ତା । ୨୦୧୪ରେ ବିଜେପି କ୍ଷମତାକୁ ନ ଆସିଥିଲେ ପୂର୍ବ କଂଗ୍ରେସ ସରକାର ସଂସଦ ଏବଂ ବିମାନବନ୍ଦର ଜମି ୱାକଫକୁ ଦେଇଦେଇଥାନ୍ତେ । ୟୁପିଏ ସରକାର ସଂସଦ ଏବଂ ବିମାନବନ୍ଦର ଜମି ୱାକଫକୁ ଦେଇଥାନ୍ତେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାକଫ ଦ୍ୱାରା ସଂସଦ ଅଧିଗ୍ରହଣକୁ ବନ୍ଦ କରିଦେଇଥିଲେ । ତେଣୁ ପୂର୍ବ କଂଗ୍ରେସ ସରକାର ଦ୍ୱାରା ଆଇନରେ କରାଯାଇଥିବା ପରିବର୍ତ୍ତନ ଏହାକୁ ଅନ୍ୟ ଆଇନ ଉପରେ ପ୍ରଭାବ ପକାଇଥିବାରୁ ନୂତନ ସଂଶୋଧନ ଆବଶ୍ୟକ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରିଜିଜୁ ।
ଏଥିସହିତ ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ବିଲ୍ ମୁସଲିମ୍ ସମ୍ପ୍ରଦାୟର ଧାର୍ମିକ ବିଶ୍ୱାସକୁ କ୍ଷୁର୍ଣ୍ଣ କରେ ନାହିଁ, ଏହା କେବଳ ସମ୍ପତ୍ତି ପରିଚାଳନା ସହିତ ଜଡିତ । ଏଥିରେ କୌଣସି ମୁସଲିମ ସମ୍ପ୍ରଦାୟର ସମ୍ପତ୍ତି ଛଡାଇନିଆଯିବ ନାହିଁ । ଓ୍ବାକଫ୍ ବୋର୍ଡ ପାଖରେ ଭାରତର ସବୁଠୁୂ ଅଧିକ ସମ୍ପତ୍ତି ରହିଛି । ଏଥିରେ ଗରିବ ମୁସଲିମ୍ ଉପକୃତ ହୋଇପାରିବେ । ନୂଆ ସଂଶୋଧନ କେବଳ ଏକ ଆଶା ବୋଲି ସମ୍ବୋଧିତ କରିଚନ୍ତି ରିଜିଜୁ ।
ବିରୋଧୀ କିନ୍ତୁ ସବୁ କିଛି ବୁଝିବାକୁ ନାରାଜ ଏପରି କରି ସରକାର ଏହାର କଡା ମୁସଲମାନମାନଙ୍କ ଦ୍ୱାରା ଦାନ କରାଯାଇଥିବା ସମ୍ପତ୍ତିର ପରିଚାଳନାକୁ ନିୟନ୍ତ୍ରଣ କରୁଥିବା ୧୯୯୫ ମସିହାର ୱାକଫ ଆଇନକୁ ସଂଶୋଧନ କରିବାକୁ ଚାହୁଁଥିବା ଏହି ବିଲ୍ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ସଦ୍ୟତମ ବିବାଦର ବିଷୟ ଭାବରେ ଏବେ ଉଭା ହୋଇଛି । ଏହାକୁ ବିରୋଧ କରି କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲ କହିଛନ୍ତି, ଏହା ଗଣତନ୍ତ୍ର ଉପରେ ବୁଲଡୋଜର ଚଢାଇବା ଭଳି ବୋଲି ସେ ଦାବି କରିଛନ୍ତି ।
fତେବେ କହିରଖୁଛୁ, ଗତ ବର୍ଷ ଅଗଷ୍ଟରେ ପ୍ରଥମ ଥର ପାଇଁ ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଆଗତ କରାଯାଇଥିଲା । ବିରୋଧୀଙ୍କ ତୀବ୍ର ବିରୋଧ ପରେ, ଏହାକୁ ଏକ ମିଳିତ ସଂସଦୀୟ କମିଟିକୁ ପଠାଯାଇଥିଲା । ଏହି କମିଟି ଏହାକୁ ଯାଞ୍ଚ କରି ଏନେଇ ଏକ ରିପୋର୍ଟ ଦାଖଲ କରିଥିଲା । ବିଲରେ ବିବାଦୀୟ ପରିବର୍ତ୍ତନ ମଧ୍ୟରେ କେନ୍ଦ୍ରୀୟ ୱାକଫ ପରିଷଦ ଏବଂ ୱାକଫ ବୋର୍ଡରେ ଅଣ-ମୁସଲମାନ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହା ସହିତ, ୱାକଫ ଭାବରେ ଚିହ୍ନଟ ସରକାରୀ ସମ୍ପତ୍ତି ୱାକଫ ବୋର୍ଡର ହେବ ନାହିଁ ଏବଂ କଲେକ୍ଟର ମାଲିକାନା ନିର୍ଣ୍ଣୟ କରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।
ତେବେ ଏହି ବିଲ ନେଇ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି । ଦଳର ୨୪୦ ସାଂସଦ ଅଛନ୍ତି, ଏବଂ ଏହାର ପ୍ରମୁଖ ସହଯୋଗୀ ଟିଡିପି ଏବଂ ଜେଡିୟୁର ଯଥାକ୍ରମେ ୧୬ ଏବଂ ୧୨ ସାଂସଦ ଅଛନ୍ତି । ଅନ୍ୟ ସହଯୋଗୀଙ୍କ ସହିତ, ଏନଡିଏ ପକ୍ଷରୁ ବିଲ୍ ସପକ୍ଷରେ ୨୯୫ ଭୋଟ ମିଳିବ । ଯାହା ୨୭୨ ସଂଖ୍ୟାଗରିଷ୍ଠତା ସଂଖ୍ୟା ଅତିକ୍ରମ କରିପାରେ । ଅନ୍ୟପକ୍ଷେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ପାଖରେ ପ୍ରାୟ ୨୩୪ ଭୋଟ ରହିଛି ।
Comments are closed.