Latest Odisha News

BREAKING NEWS

[ଭିଡ଼ିଓ] ମିନି ଷ୍ଟାଡିୟମ ସ୍ଥାନ ନିରୁପଣ ନେଇ ବିବାଦ, କ୍ରିଡାବିତଙ୍କ ବିରୋଧ

ରାୟଗଡା : ରାୟଗଡ଼ା ଆମ୍ବଗୁଡା ଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ କ୍ରିଡାବିତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରସ୍ତାବିତ ସ୍ଥାନରେ ଆଜି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ କ୍ରିଡାବିତ ମାନେ ପହଞ୍ଚି ବିରୋଧ କରିଥିଲେ।

ପ୍ରାୟ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ମିନି ଷ୍ଟାଡିୟମ ସହରରେ ନିର୍ମାଣ ପାଇଁ ସରକାର ଅନୁଦାନ ପ୍ରଦାନ କରିଛନ୍ତି । ହେଲେ ସଠିକ ସ୍ଥାନ ଚୟନ ନହେବା ଯୋଗୁଁ ଗତ ୬ ମାସ ହେଲା ତାହା ପଡିରହିଛି । ଶେଷରେ ଆମ୍ବଗୁଡା ସ୍ଥିତ ଉଚ୍ଚ ବିଦ୍ୟାଳୟ ପଡିଆରେ ଏହା ନିର୍ମାଣ ପାଇଁ ସ୍ଥାନ ନିରୁପଣ କରାଯାଇଥିଲା । ତେବେ ସେହି ସ୍ଥାନରେ ଅନେକ କ୍ରିଡାବିତ ପ୍ରତିଦିନ ଅଭ୍ୟାସ କରୁଥିବା ଯୋଗୁଁ ତାହା ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ।

ବିରୋଧ  ପରେ ପ୍ରଶାସନ ପୁଲିସ ଲଗେଇ ନିର୍ମାଣ ଆରମ୍ଭ କରିଛନ୍ତି । ଏହାପରେ କ୍ରିଡାବିତ ମାନେ ଜିଲ୍ଲାପାଳ ଅଫିସ ପହଞ୍ଚି ସେମାନଙ୍କ ସମସ୍ୟା ଜଣାଇ ଅଭିଯୋଗ କରିଛନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ଏହା ନିର୍ମାଣ ପାଇଁ ଦିଆଯିବ ନାହିଁ ବୋଲି କହିଛନ୍ତି।

ଅପରପକ୍ଷରେ ସରକାରଙ୍କ ନିଷ୍ପତ୍ତିରେ ଚୟନ ହୋଇଥିବା ସ୍ଥାନରେ ହିଁ ମିନି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Comments are closed.