Latest Odisha News

BREAKING NEWS

ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର :ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି । ସରକାରୀ ଦଳ ଶାସନ କ୍ଷମତାର ଅପବ୍ୟବହାର କରିବା ସହିତ ନିର୍ବାଚନୀ ଆଚରଣ ବିଧିକୁ ଖୋଲାଖୋଲି କରୁଛି ଶାସକ ବିଜେଡି ।ଶାସନ କ୍ଷମତାରେ ଚାପ ପ୍ରୟୋଗ କରି ସରକାରୀ ଅଫିସର ମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ବ୍ୟବହାର କରାଯାଉଛି । ସରକାରୀ କର୍ମଚାରୀ ଓ ଅଫିସରଙ୍କ ଜରିଆରେ ନିରିହ ଓ ସରଳ ଭୋଟରମାନଙ୍କୁ ଭୟଭୀତ କରାଇବା କାର୍ଯ୍ୟ ମଧ୍ୟ ଶାସକ ବିଜେଡି କରୁଛି ।

ପ୍ରତ୍ୟେକ ଦିନ ଏଭଳି ବେଆଇନ ଓ ଅଗଣତାନ୍ତ୍ରୀକ କାର୍ଯ୍ୟ ସାମ୍ନାକୁ ଆସୁଛି ।ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଅଭିଯୋଗ କରିଛି । ସରକାରୀ କର୍ମଚାରୀ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରିବା ଧର୍ତବ୍ୟ ଅପରାଧ । କିନ୍ତୁ ଶାସକ ଦଳର ନେତା ମନ୍ତ୍ରୀଙ୍କ ସାହସରେ ସରକାରୀ କର୍ମଚାରୀ ଖୋଲାଖୋଲି ବିଜେଡି ସପକ୍ଷରେ ପ୍ରଚାର କରୁଛନ୍ତି ।

ରାଜ୍ୟ ନିର୍ବାଚନ କମିଶନ ଏଭଳି ଗଣତାନ୍ତ୍ରୀକ କାର୍ଯ୍ୟ ବିରୁଦ୍ଧରେ ସରକାରୀ କର୍ମଚାରୀ ଓ ଅଫିସରଙ୍କ ବିରୋଧରେ କଠୋର ଏବଂ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରି ଉଦାହରଣ ସୃଷ୍ଟି କରନ୍ତୁ । ଯାହାଦ୍ୱାରା ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ , ମୁକ୍ତ ଓ ନିରପେକ୍ଷ ହୋଇପାରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ନୟାଗଡ ଓଡଗାଁ ବ୍ଲକ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶନାରେ ପନ୍ତିକାରୀ ଗ୍ରାମ ପଞ୍ଚାୟତରୁ ଭିଏଡବ୍ଲୁ ମାନେ ବ୍ଲକ କାର୍ଯ୍ୟାଳୟରୁ କାର୍ଡ ପାଇନଥିବା ହିତାଧିକାରୀ ତଥା ଭୋଟରମାନଙ୍କୁ ଡାକି ବାର୍ଦ୍ଦକ୍ୟ ଭତ୍ତା ବଣ୍ଟନ କରି ଶାସକ ବିଜେଡି ସପକ୍ଷରେ ଭୋଟ ପାଇଁ ପ୍ରବର୍ତ୍ତାଉଥିବା । ଏହା ସମ୍ପୁର୍ଣ୍ଣ ଆଚରଣ ବିଧି ଉଲ୍ଲଙ୍ଘନ ।

ଶାସକ ଦଳ କର୍ମକର୍ତ୍ତମାନେ କୋଭିଡ କଟକଣାକୁ ମାନୁ ନାହାନ୍ତି । ଡମପଡା ବ୍ଲକ ୩୮ ନମ୍ବର ଜୋନ ବିଜେଡି ପ୍ରାର୍ଥୀ ଆଶିଷ କୁମାର ସାହୁଉତ୍ତର ଉବନେଶ୍ୱରର ୩୦ ନମ୍ବର ଜୋନ ବିଜେଡି ପ୍ରାର୍ଥୀ ବବିତା ରାଉତଙ୍କ ନିର୍ବାଚନୀ ପ୍ରଚାର କରାଯିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି ।ଏମାନେ କୋଭିଡ ଗାଇଡ ଲାଇନ କି ନିର୍ବାଚନୀ ଗାଇଡ ଲାଇନର ଉଲ୍ଲଙ୍ଘନ କରୁଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବିଜେପି ଅଭିଯୋଗ ଆଣିଛି ।

ଏହି ସବୁ ଅଭିଯୋଗ ନେଇ ବିଜେପି ଶାଶାକ ବିଜେଡି ବିରୋଧରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହୋଇଛି । ଏହି ସମୟରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ,ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାପଲ ସେଲ ସଂଯୋଜକ ଜୟନ୍ତ ଜେନା , ରବିଶଙ୍କର ପ୍ରଧାନ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.