Latest Odisha News

ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ; ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ଦେଲେ ଡ୍ରିମ ଗାର୍ଲ

ପୁରୀ: ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବିବାଦ ପ୍ରସଙ୍ଗ । ବିବାଦକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି ହେମାମାଳିନୀ ।

ସେ ସନାତନୀ ହିନ୍ଦୁ ଧର୍ମରେ ଅଛନ୍ତି ଏବଂ ସମସ୍ତ ନୀତି ନିୟମକୁ ପାଳନ କରୁଛନ୍ତି ବୋଲି କହିଛନ୍ତି ହେମା । ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଅନେକଥର ଆସିଛନ୍ତି । ଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ସହିତ ମନ୍ଦିରକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି। ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଦେଇଛନ୍ତି ।

ଗତ ହୋଲି ଉତ୍ସବ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ ହେମାମାଳିନୀ । ତେବେ ହେମାମାଳିନୀ ଅଣହିନ୍ଦୁ ହୋଇ କିଭଳି ଶ୍ରୀମନ୍ଦିରରେ ପ୍ରବେଶ କଲେ ସେ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦିଆଯାଇଥିଲା ।

 

Leave A Reply

Your email address will not be published.