Latest Odisha News

BREAKING NEWS

ଅର୍ପଣ ରଥ ପରିକ୍ରମାକୁ ନେଇ ବିବାଦ, ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ

ଗଞ୍ଜାମ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ହେଲେ ଏହି ଅର୍ପଣ ରଥ ପରିକ୍ରମାକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି । ଯାହାର ପ୍ରତିବାଦରେ ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହୁମା ପଞ୍ଚାୟତରେ ।

ହୁମା ପଞ୍ଚାୟତର ଗଡ଼ହୁମାରେ ଥିବା ଶହ ଶହ ବର୍ଷର ଜଗନ୍ନାଥ ମନ୍ଦିରକୁ ଅପମାନ ଏବଂ ଅଣଦେଖା ନେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣ ଦେଲେ ଗ୍ରାମବାସୀ । ଗଡ଼ଜାତ ସମୟର ଜଗନ୍ନାଥ ମନ୍ଦିରକୁ ଅଣଦେଖା କରି ଅନ୍ୟ ଏକ ଜାଗାରେ ଅର୍ପଣ ରଥ ଉଦଘାଟନ ସହ ପରିକ୍ରମା କରିବାକୁ ନେଇ ଦେଖାଦେଇଛି ବିବାଦ ।

ପୂର୍ବରୁ ନିଷ୍ପତ୍ତି ଅନୁସାରେ ଗଡ଼ହୁମା ଜଗନ୍ନାଥ ମନ୍ଦିର ପରିସରରେ ଅର୍ପଣରଥ ର ଉଦଘାଟନ ସହ ପୂଜାର୍ଚ୍ଚନା କରିବାକୁ ପ୍ରସ୍ତୁତି ସରିଥିଲା । ଶହ ଶହ ଗ୍ରାମବାସୀଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ପ୍ରସ୍ତୁତ ଥିଲେ ହେଲେ ବିନା ସୂଚନାରେ ସ୍ଥାନ ପରିବର୍ତ୍ତନ କରି ଜଗନ୍ନାଥ ମନ୍ଦିର ପରିବର୍ତ୍ତେ ହୁମା ର ଏକ ଶିବ ମନ୍ଦିରରେ ରଥ ଉଦଘାଟନ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଣୁ ଜଗନ୍ନାଥଙ୍କୁ ଅପମାନ କରି ଏଭଳି ନିଷ୍ପତ୍ତି ନେଇଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.