Latest Odisha News

ଆରପାରିରେ ପୂର୍ବତନ ଡିଜିଙ୍କ ବିବାଦିତ ପୁଅ ବିତ୍ତିହୋତ୍ର

ଭୁବନେଶ୍ବର: ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କ୍ୟାନ୍ସରରେ ବହୁଦିନ ଧରି ପୀଡିତ ଥିଲେ ବିତ୍ତିହୋତ୍ର । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ତେବେ ସୂଚନା ଅନୁଯାୟୀ, ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତି । ୨୦୦୬ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର । ବିତ୍ତିଙ୍କ ନାଁରେ ତାଙ୍କ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଥିଲା । ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ କରିଥିଲେ ଯୁବତୀ । ଏହି ଘଟଣାରେ ରାଜସ୍ଥାନ ପୋଲିସ ବିତ୍ତିହୋତ୍ରଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ୍ । ଏହାପରେ ଗିରଫର ୯ ଦିନ ପରେ ତାଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ତାଙ୍କୁ ୭ ବର୍ଷ ଜେଲ୍ ସହ ୧୦ ହଜାର ଜୋରିମାନା ଆଦେଶ କରିଥିଲେ । ହେଲେ ମା’ଙ୍କ ଦେହ ଖରାପ ଥିବା କାରଣ ଦର୍ଶାଇ ପରୋଲରେ ଆସିଥିଲେ ବିତ୍ତିହୋତ୍ର । ଏହାପରେ ସମୟ ଅବଧି ସରିବା ପରେ ବି ଜେଲକୁ ନଫେରି ଫେରାର ହୋଇଯାଇଥିଲେ ।

ପରେ ୨୦୧୩ରେ ତାଙ୍କୁ କେରଳ ପୋଲିସ୍ ଗିରଫ କରିଥିଲେ । ସେଠାରେ ନିଜ ନାଁ ରାଘବ ରାଜନକୁ ବଦଳାଇ ଥିରୁଅନନ୍ତପୂରମରେ ବ୍ୟାଙ୍କରେ ଚାକିରି ପାଇଁ ନକଲି ପ୍ରମାଣପତ୍ର ଅଭିଯୋଗରେ ପୋଲିସ୍ ବାନ୍ଧିଥିଲା । ପରେ ତାଙ୍କର ଫେରାର ଘଟଣା ଜଣାପଡିବା ପରେ ଉଭୟ ମାମଲାରେ ଗିରଫ କରିଥିଲା ପୋଲିସ୍ । ୫ ବର୍ଷ ଜଲରେ ରହିବା ପରେ କ୍ୟାନସରେ ପୀଡିତ ହେବା ପରେ ଜାମିନ ଆବେଦନ କରିଥିଲେ । ଜେଲରେ ପାଞ୍ଚ ବର୍ଷ ପୂରିଥିବାରୁ ଜାମିନ ଦେଇଥିଲେ କୋର୍ଟ ।  ପ୍ରାୟ ମାସେ ହେବ ସେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

Comments are closed.