Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା

ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଲେ ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଏଥି ସହିତ କୋର୍ଟ ଦୋଷୀ କୁନା ପ୍ରଧାନଙ୍କୁ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜରିମାନା ଅନାଦେୟ ରହିଲେ ଆହୁରି ୧ ବର୍ଷ ଜେଲ୍‌ ରେ ରହିବେ ବୋଲି କହିଛନ୍ତି ।

ପୀଡ଼ିତା ପରିବାରକୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୩ ଫେବୃଆରୀରେ ହେମଗିରି ଥାନା ଅଞ୍ଚଳର ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହଇଥିଲା । ତଦନ୍ତ ପରେ ଅଭିଯୁକ୍ତ କୁନା ପ୍ରଧାନକୁ ପୋଲିସ ଗିରଫ କରିଥିଲା । ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଆଜି ଏହି ମାମଲାରେ ସମସ୍ତ ପ୍ରମାଣକୁ ଆଧାର କରି ରାୟ ପ୍ରକାଶ କରିଛନ୍ତି ।

Comments are closed.