ମୁମ୍ବାଇ: ଚଳଚ୍ଚିତ୍ର ‘କୁଲି ନଂ ୧ ‘ ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ଟ୍ରେଲର କମେଡି ଏବଂ ରୋମାନ୍ସରେ ପରିପୂର୍ଣ୍ଣ। ଟ୍ରେଲରରେ ବରୁଣ ଧାୱନଙ୍କ କମିକ୍ ଟାଇମିଙ୍ଗ୍ ଅତ୍ୟନ୍ତ ଚମତ୍କାର ହୋଇଛି। ଏଥି ସହିତ ସାରା ଅଲି ଖାନ ମଧ୍ୟ କମେଡି ଅବତାରରେ ବେଶ୍ ସୁନ୍ଦର ଦିଶୁଛନ୍ତି। ଟ୍ରେଲରରେ ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ କେମିଷ୍ଟ୍ରି ଦେଖିବାକୁ ମିଳିଛି। ଏହା ହେଉଛି ଡେଭିଡ ଧାୱନଙ୍କ ୪୫ ତମ ଚଳଚ୍ଚିତ୍ର।
ଏହି ଚଳଚ୍ଚିତ୍ରରେ ପରେଶ ରାୱଲ ସାରା ଅଲି ଖାନଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ। ଏଥିରେ ବରୁଣ ଧାୱନ ଅନେକ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି। ଏଥି ସହିତ ଜନି ଲିଭର ମଧ୍ୟ ଏକ ମହାନ କମେଡି କରୁଥିବା ପୋଲିସ୍ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଛନ୍ତି।
Comments are closed.