Latest Odisha News

ରାସ୍ତାକଡରେ ବିରିଆନୀ ବିକୁଛନ୍ତି ଫାଇଭ୍ ଷ୍ଟାର୍ ହୋଟେଲ୍ ସେଫ୍ !

ମୁମ୍ବାଇ: କରୋନା ମହାମାରୀ ନିକଟରେ ବନ୍ଧା ପଡିଥିଲା ସମଗ୍ର ବିଶ୍ୱ । ଏବେ ଧୀରେଧୀରେ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି । ତଥାପି ଅନେକ ଲୋକ ଏହି ମହାମାରୀର ପ୍ରଭାବରେ ଚାକିରୀ ହରାଇ ଅନ୍ୟ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି ଜଣେ ଫାଇଭ୍ ଷ୍ଟାର୍ ହୋଟେଲ ସେଫ୍ ଅକ୍ଷୟ ପାର୍‌କର୍ ।

ଫାଇଭ୍ ଷ୍ଟାର ହୋଟେଲ୍ ଓ ଅନ୍ତର୍ଜାତୀୟ କ୍ରୁଜ୍‌ରେ ସେଫ୍ ଭାବେ ଅକ୍ଷୟ ପାରକର କାର୍ଯ୍ୟରତ ଥିଲେ । ତେବେ କରୋନା ମହାମାରୀରେ ହୋଟେଲ ଇଣ୍ଡଷ୍ଟ୍ରୀ ଗଭୀର ଭାବେ ପ୍ରଭାବିତ ହେବା ପରେ ତାଙ୍କୁ ଚାକିରୀ ଛାଡିବାକୁ ପଡିଥିଲା । ଏଥିରେ ଭାଙ୍ଗିନପଡି ପେଟ ପୋଷିବାକୁ ସେ ମୁମ୍ବାଇର ରାସ୍ତାକଡରେ ଖୋଲିଛନ୍ତି ବିରିଆନୀ ଷ୍ଟଲ୍ ।

ପ୍ରାୟ ୮ବର୍ଷ ଧରି ତାଜ୍ ଫ୍ଲାଇଟ୍ ସର୍ଭିସେସ୍ ଓ ପ୍ରିନ୍ସେସ୍ କ୍ରୁଜରେ କାମ କରିବା ପରେ ସେ ରାସ୍ତାକଡରେ ଲୋକଙ୍କୁ ବିରିଆନୀ ବିକୁଛନ୍ତି । ଦାଦର୍‌, ଜେ.କେ ସାୱନ୍ତ ମାର୍ଗରେ ରହିଛି ତାଙ୍କର ଛୋଟ ବିରିଆନୀ ଷ୍ଟଲ୍ । ଆମିଷ ବିରିଆନୀ କିଗ୍ରୀ ପିଛା ୯୦୦ ଟଙ୍କା ଓ ନିରାମିଷ ବିରିଆରୀ କିଗ୍ରା ପିଛା ୮୦୦ ଟଙ୍କାରେ ବିକ୍ରିୟ କରିଥାନ୍ତି । ଅଧିକ ନ ହେଲେ ବି ଅଳ୍ପ ଆୟରେ ଚାଲିଛି ଅକ୍ଷୟଙ୍କ ସଂସାର ଗାଡି ।

Leave A Reply

Your email address will not be published.