ଭୁବନେଶ୍ଵର: ଘରର ଦ୍ଵାର ମୁହଁରେ ଆସି ପହଞ୍ଚିଲାଣି ଖରା । ଫେବୃଆରୀଙ୍କୁ ରାଜ୍ୟରେ ମୁଣ୍ଡ ଫଟା ଖରା ହେଲାଣି । ଯାହାକୁ ଦେଖି ଆଗକୁ ଖରାର ପ୍ରକୋପ ରେକର୍ଡ ଛୁଇଁବ ବୋଲି କହୁଛନ୍ତି ବିଶେଷଜ୍ଞ । ଏହି ଖରାକୁ ଦୃଷ୍ଟିରେ ରଖି ଲୋକେ ନିଜ ଘରର ଏସି ଖୋଲିବାରେ ଲାଗିଲେଣି । ସଫାସୁତୁରା କରି ଏସି ଚଲାଇଲେଣି ମଧ୍ୟ । ତା ସହ କିଛି ଲୋକ ଚିନ୍ତାରେ ମଧ୍ୟ ପଡିଗଲେଣି । ଏସି ସିନା ଲଗେଇଦେଲେ ଏବେ ବିଜୁଳି ବିଲ୍ ବି ସେଇ ଅନୁସାରେ ବଢିବ । ତେବେ ଆପଣ ମଧ୍ୟ ଯଦି ବିଜୁଳି ବିଲକୁ ନେଇ ଚିନ୍ତିତ ତେବେ ଏହି ଖବର ଆପଣଙ୍କ ପାଇଁ । ଏବେ ମାର୍କେଟକୁ ଏପରି ଏକ ଡିଭାଇସ୍ ଆସିଛି ଯାହା ଆପଣଙ୍କ ବିଜୁଳି ବିଲକୁ ହ୍ରାସ କରିବ । ଏହି ଡିଭାଇସଟି ହେଉଛି ଓକିଟେଲ୍ ପି-୨୦୦୧ ।
ଏହା ଏକ ପୋର୍ଟେବଲ୍ ପାୱାର୍ ଷ୍ଟେସନ୍ ଯାହାକି ଆଉଟ୍ ଡୋର୍ କେମ୍ପିଙ୍ଗରେ ମଧ୍ୟ କାମରେ ଆସିପାରିବ । ନୂଆ ଲଞ୍ଚ ହୋଇଥିବା ଏହି ଓକିଟେଲ୍ ପି-୨୦୦୧ ବିନା ବିଜୁଳିରେ ମଧ୍ୟ ସବୁ କାର୍ଯ୍ୟକୁ ଠିକ୍ ଭାବରେ କରିଦେବ । କାରଣ ଏହା ସୌର ଚାଳିତ । ଏହି ଡିଭାଇସଟି ୪ହଜାର ୱାଟର ପିକ୍ ପରର୍ଫମାନ୍ସ ଦେବା ସହ ୨ହଜାର ୱାଟର ଆଉଟ୍ ପୁଟ୍ ମଧ୍ୟ ଦେଇଥାଏ । କେବଳ ସେତିକି ନୁହେଁ ପି-୨୦୦୧ ଆଉଟରେଜରେ ଘର ଭିତରେ ମଧ୍ୟ ପାୱାର୍ ବ୍ୟାକ୍ଅପ ଦେଇଥାଏ । ଆଉ ଲାଇନ୍ ନଥିଲେ ପୁରା ୨ଦିନ ପର୍ଯ୍ୟନ୍ତ ଚାଲିଥାଏ ।
ତେବେ ଏହି ଡିଭାଇସକୁ ଚାର୍ଜ ହେବା ପାଇଁ ପୁରା ୧୦୦ ମିନିଟ୍ ଲାଗିଥାଏ । ଏହା ସୋଲାର ପାୱାର୍ ମାଧ୍ୟମରେ ହିଁ ଚାର୍ଜ ହୋଇଥାଏ । ଏହାକୁ ବ୍ୟବହାର କରି ଆପଣ ରେଫ୍ରିଜରେଟର୍, ଟିଭି, ଏସି ଆସି ସମସ୍ତ ବୈଦୁତିକ ସାମଗ୍ରୀ ଚଲାଇପାରିବେ । ଯାହାଦ୍ଵାରା ଆପଣଙ୍କ ବିଜୁଳି ମଧ୍ୟ ସଞ୍ଚୟ ହେବା ସହ ଖରାଦିନେ ବିଜୁଳି ବିଲ୍ ବଢିବାର ଚିନ୍ତା ମଧ୍ୟ ରହିବନି ।
Comments are closed.