Latest Odisha News

BREAKING NEWS

ଭାରତ-ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ, ଦେପସାଙ୍ଗ-ଗୋଗରା-ହଟ୍ ସ୍ପ୍ରିଙ୍ଗକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ପ୍ୟାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ଓ ଚୀନ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ ବସୁଛି । ଏହି ବୈଠକରେ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ, ଗୋଗରା ଓ ଦେପସାଙ୍ଗ କ୍ଷେତ୍ରରୁ ସୈନିକ ହଟାଇବା ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକ ଏଲଏସିର ଚୀନ ମୋଲ୍ଦା ସୀମା ବିନ୍ଦୁରେ ଦିନ ୧୦ଟାରେ ଆରମ୍ଭ ହେବ । ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ୍ ନେତୃତ୍ୱ ନେଉଛନ୍ତି ।

ପ୍ୟାଙ୍ଗୋଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନିକ ହଟାଇବା, ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସେନା ସାମଗ୍ରୀ ଓ ବଙ୍କର, ତମ୍ବୁ ଓ ଅସ୍ଥାୟୀ ନିର୍ମାଣକୁ ହଟାଇବା ପ୍ରକ୍ରିୟା ଗୁରୁବାର ସମାପ୍ତ ହୋଇଛି । ଏଥିସହ ଗତବର୍ଷ ଜୁନରେ ଗଲୱାନରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଚୀନର ୪ ସୈନିକ ମରିଥିବା ପ୍ରଥମଥର ଲାଗି ଅଧିକାରୀକ ଭାବେ ମାନିଛି ଡ୍ରାଗନ । ଯେତେବେଳେ କି ଆମରେକିାର ଏକ ଗୁଇନ୍ଦା ରିପୋର୍ଟରେ ଚୀନର ୩୫ ସୈନିକ ମୃତାହତ ହୋଇଥିବା କୁହାଯାଇଥିଲା ।

ଭାରତ-ଚୀନ ମଧ୍ୟରେ ଗତବର୍ଷ ମେ’ରେ ପ୍ୟାଙ୍ଗୋଗ୍ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯାହାପରେ ମୁହାଁମୁହିଁ ସ୍ଥିତିରେ ଥିଲେ ୨ ଦେଶର ସେନା । ପ୍ରତିଦିନ ବଦଳୁଥିବା ପରିସ୍ଥିତି ଓ ଘଟଣାକ୍ରମ ଅନୁସାରେ ଉଭୟ ପକ୍ଷ ଅଧିକ ସଂଖ୍ୟାରେ ସୈନିକ ଓ ଘାତକ ଅସ୍ତ୍ରଶସ୍ତ୍ର ସୀମାରେ ଠୁଳ କରିଥିଲେ । ଉତ୍ତେଜନାର ପ୍ରାୟ ୫ ମାସ ପରେ ଭାରତୀୟ ସୈନିକ ପ୍ୟାଙ୍ଗାୋଗର ଦକ୍ଷିଣ ଛୋର ଅଞ୍ଚଳର ମୁଖପାରି, ରେଚିଲ ଲା ଏବଂ ମଗର ହ୍ରଦ ଅଞ୍ଚଳରେ ସାମରିକ ଦୃଷ୍ଟିର ଗୁରୁତ୍ୱପୂର୍ଣ୍ଣ କେତେକ ପାହାଡ଼କୁ କବଜା କରି ନେଇଥିଲେ ।

Leave A Reply

Your email address will not be published.