କସଗଞ୍ଜ: ମଦ ମାଫିଆଙ୍କ ଜଣେ କନଷ୍ଟେବଳଙ୍କ ଜୀବନ ଚାଲିଯିବା ସହ ଗୁରୁତର ଆହତ ହୋଇଛନ୍ତି ଜଣେ ଏସ-ଆଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର କସଗଞ୍ଜ ଅଞ୍ଚଳରେ। ମଙ୍ଗଳବାର ରାତିରେ ବେଆଇନ ମଦ କାରଖାନରେ ଚଢ଼ାଉ କରିବା ନିମନ୍ତେ ପୁଲିସମାନେ ଯାଇଥିବା ବେଳେ ଦୁର୍ବୃତ୍ତ ମାନେ ଜଣେ ପୁଲିସ କନେଷ୍ଟବଳଙ୍କୁ ହତ୍ୟା କରିବା ସହ ଜଣେ ସବ୍-ଇନ୍ସ୍ପେକ୍ଟର୍ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସହିଦ କନେଷ୍ଟବଳଙ୍କ ନାମ ଦେବେନ୍ଦ୍ର ହୋଇଥିବା ବେଳେ ଆହତ ଏସ୍ଆଇଙ୍କ ନାମ ଅଶୋକ କୁମାର ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳରେ ଥିବା ଏକ ବେଆଇନ ମଦ କାରଖାନା ଉପରେ ପୋଲିସ ଚଢ଼ାଉ କରିଥିବା ବେଳେ କିଛି ଦୁର୍ବୁତ୍ତ ସେମାନଙ୍କୁ ସେମାନଙ୍କୁ ଆକ୍ରମଣ କରିଥିଲେ। ଖବରାନୁଯାୟୀ ପୁଲିସମାନଙ୍କୁ ବିବସ୍ତ୍ର କରି ଦୁର୍ବୁତ୍ତ ମାନେ ବାଡ଼ି ଓ ଅନ୍ୟାନ୍ୟ ଅସ୍ତ୍ରରେ ଆକ୍ରମଣ କରିଥିଲେ।
ଏନେଇ ସୂଚନା ପାଇବା ପରେ ପୋଲିସ ଅଧିକାରୀ ମାନେ ଅଧିକ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଏହି ଦୁଇ ଅଧିକାରୀଙ୍କୁ ସାଙ୍ଘାତିକ ଆହତ ଅବସ୍ଥାରେ ସିଦ୍ଧପୁର ଥାନା ଅନ୍ତର୍ଗତ ନାଗଲ ଧିମର ଗାଁ ନିକଟ କ୍ଷେତରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର, ଆହତ କନେଷ୍ଟବଳଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି ।
ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସହିଦ କନେଷ୍ଟବଳ ଦେବେନ୍ଦ୍ରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଓ ପରିବାରର ଜଣକୁ ସରକାରୀ ଚାକିରି ଦେବା ନିମନ୍ତେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାସହ ଏସ୍ଆଇ ଅଶୋକ କୁମାରଙ୍କ ଚିକିତ୍ସା ନିମନ୍ତେ ମଧ୍ୟ ସମସ୍ତ ଖର୍ଚ୍ଚ ବହନ କାରିବାକୁ ମୁଖ୍ୟମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି।
‘ନ୍ୟାସ୍ନାଲ୍ ସିକ୍ୟୁରିଟି ଆକ୍ଟ୍’ ଅନୁଯାୟୀ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.