Latest Odisha News

BREAKING NEWS

ଭୁବନେଶ୍ୱର: ଚାମ୍ବରରେ ଚାପି ହୋଇ ପାଇପଲାଇନ୍ ଶ୍ରମିକଙ୍କ ମର୍ମନ୍ତୁଦ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଭିଏସଏସ୍ ନଗର ଅଞ୍ଚଳରେ ବୁଧବାର ରାତିରେ ଜଣେ ଶ୍ରମିକ ପାଇପଲାଇନ୍ ଚାମ୍ବରରେ କାମ କରୁଥିବାବେଳେ ହଠାତ୍ ପାଣି ପଶିଆସିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ନାମ ବି. ରୁଦ୍ର ଦୋରା ଓ ତାଙ୍କ ଘର ଭୁବନେଶ୍ୱରର ଗଣପତି ନଗର ବସ୍ତିରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ରୁଦ୍ର ଭିଏସଏସ୍ ନଗର ଅଞ୍ଚଳରେ ଏକ ପାଇପଲାଇନ୍ ଚାମ୍ବରରେ କାମ କରିବା ପାଇଁ ଯାଇଥିଲେ । ଚାମ୍ବର ମଧ୍ୟରେ ସେ କାମ କରୁଥିବାବେଳେ ଅଚାନକ ଏହା ଭିତରକୁ ପାଣି ପଶିଆସିଥିଲା । ଏହି ସମୟରେ ସେ ବାହାରକୁ ବାହରିବା ପାଇଁ ଉଦ୍ୟମ କରୁଥିବାବେଳେ ଦୁର୍ଭାଗ୍ୟବଶତଃ ତାଙ୍କ ହାତ ଚାମ୍ବରରେ ଫସିଯିବାରୁ ସେ ବାହାରକୁ ବାହାରିପାରିନଥିଲେ ।

ଘଟଣା ସମ୍ପର୍କରେ ଜାଣିପାରି ସ୍ଥାନୀୟ ଲୋକମାନେ ତାଙ୍କୁ ବାହାରକୁ ବାହାର କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିପାରିନଥିଲେ । ଫଳରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.