ଭୁବନେଶ୍ବର:ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ଅଧିକ ଲାଭଦାୟକ । ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।
– ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।
-ତମ୍ବା ପାତ୍ରରେ ରଖାଯାଇଥିବା ପାଣିରେ ପର୍ଯ୍ଯାପ୍ତ ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ୍ ଥାଏ, ତେବେ ଏହି ପାଣି ପିଇଲେ ୟଙ୍ଗ ଦେଖାଯିବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସାହାଯ୍ୟ କରିଥାଏ ।
-ତମ୍ବାରେ ଥିବା କପର ଥାଇରୋକ୍ସିନ୍ ହରମୋନ୍କୁ କଣ୍ଟ୍ରୋଲ୍ କରିଥାଏ । ଫଳରେ ଥାଇରଏଡ୍ ହେବାର ଭୟ ନଥାଏ ।
– ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ଗଣ୍ଠି ଦରଜ ପାଇଁ ଭଲ ।
-ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ ।
– ତମ୍ବା ପାତ୍ରରେ ଅତିକମରେ ୮ ଘଣ୍ଟା ପର୍ଯ୍ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ବାରା ରକ୍ତହୀନତା ରୋଗକୁ ମୁକ୍ତି ମିଳିଥାଏ ।
-ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇଲେ ଏସିଡିଟି ସମସ୍ୟା ଦୂର ହୁଏ ।
-ସେହିପରି ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ପରିମାଣ କମ୍ ହୁଏ ଓ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ ।