ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ନିଆଁ ଉଗ୍ର ହେବାରେ ଲାଗିଛି । ସିଏଏକୁ ବିରୋଧ କରି ବ୍ୟାପକ ପୋଡାଜଳା ସାଙ୍ଗକୁ ପ୍ରାଣହାନୀ ହୋଇଛି । ଏହା ଦିଲ୍ଳୀ ସରକାରଙ୍କ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ହିଂସାକୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୈଠକ କରିଛନ୍ତି ।
ବୈଠକ ଶେଷ ହେବା ପରେ କେଜ୍ରିୱାଲ କହିଛନ୍ତି, କମ ପୋଲିସ କର୍ମଚାରୀ ଥିବାରୁ ହିଂସାକାଣ୍ଡକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ । ଦିଲ୍ଳୀ ବାହାରୁ ଅରାଜକ ତତ୍ୱ ଆସୁଥିବାରୁ ଦିଲ୍ଲୀ ସୀମାକୁ ସିଲ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ଦିଲ୍ଲୀବାସୀଙ୍କୁ କେଜ୍ରିୱାଲ ଅପିଲ୍ କରିଛନ୍ତି । ଦିଲ୍ଲୀର ହିଂସାଗ୍ରସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ସେପଟେ ଉତ୍ତରପୂର୍ବ ଦିଲ୍ଲୀରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି ବୋଲି କେଜ୍ରିୱାଲ କହିଛନ୍ତି ।
ସେପଟେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେଜ୍ରିୱାଲଙ୍କୁ ଆଶ୍ୱାସନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସୋମବାର ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ପରେ ଏହା ଉଗ୍ର ରୂପ ନେଇଥିଲା । ଦୁଇ ଦଳ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ପ୍ରାଣ ହରାଇଥିବା ବେଳେ ଶହେରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।
BREAKING NEWS
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
Comments are closed.