Latest Odisha News

BREAKING NEWS

ବସରେ ଦୁଷ୍କର୍ମ ଘଟଣା; ଅଭିଯୁକ୍ତଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ପୁରସ୍କାର

ପୁଣେ: ମହାରାଷ୍ଟ୍ରର ପୁଣେର ଏକ ବସ୍ ଷ୍ଟାଣ୍ଡରେ ଛିଡା ସରକାରୀ ବସ୍ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସର ହାତ ଖାଲି। ଉକ୍ତ ଅଭିଯୁକ୍ତଙ୍କୁ ଧରାଇଦେଲେ କିମ୍ବା ତାଙ୍କ ସମ୍ପର୍କରେ ସୂଚନା ଦେଲେ ୧ ଲକ୍ଷ ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି।

ଘଟଣାଟି ମଙ୍ଗଳବାର ସକାଳେ ଘଟିଥିଲା ବେଳେ ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଅଭିଯୁକ୍ତଙ୍କୁ ଖୋଜିବାରେ ଅନେକ ପୋଲିସ ଟିମ୍ ଲାଗିଛନ୍ତି। ତେବେ ଏହି ଘଟଣାରେ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ ବସଷ୍ଟାଣ୍ଡରେ ନିୟୋଜିତ ୨୩ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରିଛନ୍ତି।

ଅପରପକ୍ଷରେ ପୋଲିସ ପାଖରେ ଅଭିଯୁକ୍ତଙ୍କ ଫଟୋଗ୍ରାଫ୍ ରହିଛି ଏବଂ ସିସିଟିଭି ଫୁଟେଜ୍ ମାଧ୍ୟମରେ ଅନେକ ପ୍ରମାଣ ମଧ୍ୟ ହସ୍ତଗତ ହୋଇଛି। ତଥାପି ଫେରାର ଅଭିଯୁକ୍ତଙ୍କୁ ଧରିପାରୁ ନାହିଁ ପୋଲିସ।

ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ୬ଟି ଅପରାଧିକ ରେକର୍ଡ ପଞ୍ଜିକୃତ ଅଛି। ସେହିପରି କୋର୍ଟରେ ଅନେକ ମାମଲା ବିଚାରାଧୀନ ରହିଥିବା ବେଳେ ଏବେ ସେ ଜାମିନରେ ବାହାରେ ବୁଲୁଛି।

Comments are closed.