Latest Odisha News

BREAKING NEWS

ଭୁବନେଶ୍ୱର ବାଲିଯାତ୍ରା ପାଇଁ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଚଳିତବର୍ଷ ଭୁବନେଶ୍ବର ସହରଠାରୁ କିଛି ଦୂରରେ କୁଆଖାଇ ନଦୀ ପଠାରେ ଆୟୋଜିତ ହେଉଛି ବଳିଯାତ୍ରା ।

ନଭେମ୍ବର ୧୨ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଳା ଉପରେ ନଜର ରଖିବା ପାଇଁ ୬ଟି ୱାଚ ଟାୱାରର ବ୍ୟବସ୍ଥା କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ସାଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି ।

ଏହାଛଡା ଗହଳି ଉପରେ ନଜର ରଖିବା ପାଇଁ ୩୫ଟି ସିସିଟିଭି କ୍ୟାମେରା ଓ ଏଲଇଡିର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏକ ଓଡ୍ରାଫ ଟିମ ଓ ସ୍ବେଚ୍ଛାସେବୀ ମାନଙ୍କୁ ଏଠାରେ ନିୟୋଜିତ କରାଯିବ ବୋଲି ଗୁରୁବାର ଦିନ ବାଲିଯାତ୍ରା ସୁରକ୍ଷା ସମୀକ୍ଷା ବୈଠକରେ ଯୋଗଦେଇ କମିଶନର କହିଛନ୍ତି ।

Leave A Reply

Your email address will not be published.