Latest Odisha News

ଦୁର୍ଘଟଣା ଟ୍ରାକ୍‌ରେ ଦେଇ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍, ସ୍ମୃତି ମନେ ପକାଇ ଭାବପ୍ରବଣ ହେଲେ ଯାତ୍ରୀ

ଭୁବନେଶ୍ୱର: ଦୁର୍ଘଟଣା ପରେ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍‌। ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଗତକାଲି ଦୁର୍ଘଟଣା ସ୍ଥଳର ଟ୍ରାକ୍‌ ଦେଇ ଯାଇଛି। ଦିନ ପରେ ଟ୍ରାକ୍ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ମଙ୍ଗଳବାର ଚେନ୍ନାଇ ପଟୁ ଆସିଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା।

ଜୁନ୍ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଯାଉଥିବା ବେଳେ ବାହାନଗା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ତା ପରଠାରୁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା ଡାଉନ୍ଲାଇନ୍ରେ ଚେନ୍ନାଇ ପଟୁ ଆସୁଥିବା କରମଣ୍ଡଳକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଦିନ ଅଟକାଇ ଦିଆଯାଇଥିଲା

ସେପଟେ ବାହାନଗା ଟ୍ରେନ୍ଦୁର୍ଘଟଣାକୁ ୫ ଦିନ ପୂରି ଥିବା ବେଳେ ରାଜ୍ୟରେ ଏପର୍ଯ୍ୟନ୍ତ ସ୍ୱାଭାବାକି ହୋଇନି ଟ୍ରେନ୍ ଚଳାଚଳ। ଏବେ ବି କାମ ଚାଲିଛି। ଟ୍ରେନ୍ ବାତିଲ ହେଉଛି। ଟ୍ରେନ୍ ଚାଲୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ।

ଗତକାଲି ମଙ୍ଗଳବାର ୫ଟି ଟ୍ରେନ୍ବାତିଲ୍କରାଯାଇଥିବା ବେଳେ ବୁଧବାର ପାଇଁ ଦକ୍ଷିଣ ପୂର୍ବ ରେଳପଥର ୯ଟି ଟ୍ରେନ୍ବାତିଲ୍ହୋଇଛି।

ବୁଧବାର ଦକ୍ଷିଣ ପୂର୍ବ ରେଳପଥର ୯ଟି ଟ୍ରେନ୍ବାତିଲ୍ହୋଇଛି। ସେଥିମଧ୍ୟରୁ କନ୍ୟାକୁମାରୀଦେବ୍ରୁଗଡ଼ ଏକ୍ସପ୍ରେସ୍‌(୨୨୫୦୩), ସାଲିମାରହାଇଦ୍ରାବାଦ(୧୮୦୪୫), ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌-ହାଓଡ଼ା(୨୨୮୩୨), ହାଓଡ଼ାସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌(୨୨୮୩୧), ହାଓଡ଼ାପୁରୀ(୧୨୮୩୭), ଶାଲିମାରପୁରୀ(୨୨୮୩୫), ହାଓଡ଼ାଚେନ୍ନାଇ ସେଣ୍ଟ୍ରାଲ(୧୨୮୩୯), ତମ୍ବାରମ୍‌-ସାନ୍ତ୍ରାଗଚ୍ଛି(୨୨୮୪୨), ହାଇଦ୍ରାବାଦଶାଲିମାର(୧୮୦୪୬) ଏକ୍ସପ୍ରେସ୍ରହିଛି ଓ ଚେନ୍ନାଇ ସେଣ୍ଟ୍ରାଲଶାଲିମାର(୧୨୮୪୨) ରହିଛି।

Leave A Reply

Your email address will not be published.