Latest Odisha News

ବାହାନଗା ଟ୍ରେନ୍ ଦୁର୍ଘଟଣା; ସ୍ୱାଭାବିକ ହୋଇନି ଟ୍ରେନ୍ ଚଳାଚଳ, ଆଜି ୯ ଟ୍ରେନ୍ ବାତିଲ

ଭୁବନେଶ୍ୱର: ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୫ ଦିନ ପୂରି ଥିବା ବେଳେ ରାଜ୍ୟରେ ଏପର୍ଯ୍ୟନ୍ତ ସ୍ୱାଭାବାକି ହୋଇନି ଟ୍ରେନ୍ ଚଳାଚଳ। ଏବେ ବି କାମ ଚାଲିଛି। ଟ୍ରେନ୍ ବାତିଲ ହେଉଛି। ଟ୍ରେନ୍ ଚାଲୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ।

BjdElectrycity

ଗତକାଲି ମଙ୍ଗଳବାର ୫ଟି ଟ୍ରେନ୍‌ ବାତିଲ୍‌ କରାଯାଇଥିବା ବେଳେ ବୁଧବାର ପାଇଁ ଦକ୍ଷିଣ ପୂର୍ବ ରେଳପଥର ୯ଟି ଟ୍ରେନ୍‌ ବାତିଲ୍‌ ହୋଇଛି। ସେଥିମଧ୍ୟରୁ କନ୍ୟାକୁମାରୀ-ଦେବ୍ରୁଗଡ଼ ଏକ୍ସପ୍ରେସ୍‌(୨୨୫୦୩), ସାଲିମାର-ହାଇଦ୍ରାବାଦ(୧୮୦୪୫), ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌-ହାଓଡ଼ା(୨୨୮୩୨), ହାଓଡ଼ା-ସତ୍ୟସାଇ ପ୍ରଶାନ୍ତି ନୀଳୟମ୍‌(୨୨୮୩୧), ହାଓଡ଼ା-ପୁରୀ(୧୨୮୩୭), ଶାଲିମାର-ପୁରୀ(୨୨୮୩୫), ହାଓଡ଼ା-ଚେନ୍ନାଇ ସେଣ୍ଟ୍ରାଲ(୧୨୮୩୯), ତମ୍ବାରମ୍‌-ସାନ୍ତ୍ରାଗଚ୍ଛି(୨୨୮୪୨), ହାଇଦ୍ରାବାଦ-ଶାଲିମାର(୧୮୦୪୬) ଏକ୍ସପ୍ରେସ୍‌ ରହିଛି ଓ ଚେନ୍ନାଇ ସେଣ୍ଟ୍ରାଲ-ଶାଲିମାର(୧୨୮୪୨) ରହିଛି।

୩ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆଜି ପୁରୀ-ଋଷିକେଶ(୧୮୪୭୭) ଟ୍ରେନ୍‌ର ଗତିପଥ ବଦଳିଥିବା ବେଳେ ୭ ତାରିଖରେ ଋଷିକେଶ-ପୁରୀ(୧୮୪୭୮) ଓ ପୁରୀ-ଋଷିକେଶ(୧୮୪୭୭) ଟ୍ରେନ୍‌ ଗତିପଥ ପରିବର୍ତ୍ତନ କରାଯାଇଛି।

ସେପଟେ ରେଳ ମନ୍ତ୍ରାଳୟ କହିଛି ଯେ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଦକ୍ଷିଣ-ପୂର୍ବ ରେଳପଥର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛି। ପଶ୍ଚିମବଙ୍ଗରୁ ସାମଗ୍ରୀ ଅଣାଯାଇ କାର୍ଯ୍ୟ ଜାରି ରହିଛି। ପୁରନୁଦ୍ଧାର କାର୍ଯ୍ୟରେ ପୂର୍ବତଟ ରେଳପଥର ବି ସହାୟତା ନିଆଯାଉଛି।

ତେବେ ଦୁର୍ଘଟଣାରେ ୫୧ ଘଣ୍ଟା ପରେ ରବିବାର ରାତି ସୁଦ୍ଧା ଡାଉନ୍‌-ଟ୍ରାକ୍‌ ଓ ଅପ୍‌-ଟ୍ରାକ୍‌ କାର୍ଯ୍ୟ ଶେଷ ହେବା ସହ ଟ୍ରେନ୍‌ ଗଡ଼ିଥିଲା। ରାତିରେ ମାଲ୍‌ବାହୀ ଟ୍ରେନ୍ ଯାଉଥିବା ବେଳେ ସକାଳେ ବନ୍ଦେ ଭାରତ ସମେତ ଅନ୍ୟ ଟ୍ରେନ୍ ବି ଗଡ଼ିଥିଲା।  ଏବେ ରେଳ ଲାଇନ୍‌ର ଉଭୟ ପାଶ୍ୱରେ ଥିବା ଲୁପ୍‌ ଲାଇନ୍‌ ମରାମତି ଚାଲିଛି। ୭୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ଟ୍ରାକ୍‌ଗୁଡ଼ିକ ବର୍ତ୍ତମାନ ମରାମତି କାର୍ଯ୍ୟା ଚାଲୁଥିବାରୁ ଉକ୍ତ ଟ୍ରାକ୍‌ରେ ଦ୍ରୁତଗତିରେ ଟ୍ରେନ୍‌ ଚଳାଇବାକୁ ମନା କରାଯାଇଛି। ବାଲେଶ୍ୱରଠାରୁ ସୋର ପର୍ଯ୍ୟନ୍ତ ଥିବା ରେଳ ଟ୍ରାକ୍‌ରେ ଟ୍ରେନ୍‌ର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିମି ମଧ୍ୟରେ ରଖିବାକୁ କୁହାଯାଇଛି। ଦୁର୍ଘଟଣା ସ୍ଥଳରେ ଟ୍ରେନ୍‌ ଯିବା ସମୟରେ ବେଗ ୧୦ରୁ ୨୦ କିମି ବେଗରେ ଯିବାକୁ ନିର୍ଦ୍ଦେଶ ରହିଛି।

Leave A Reply

Your email address will not be published.