Latest Odisha News

BREAKING NEWS

କୋଭିଡ-୧୯: ଭାରତରେ ୪ ନୂଆ ମାମଲା ଚିହ୍ନଟ, ୧୧୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୨ଜଣଙ୍କ ମୃତ୍ୟୁ ପରେ କରୋନାଭାଇରସ(କୋଭିଡ-୧୯) ଆତଙ୍କ ସୃଷ୍ଟି କରିଛି । ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ସତ୍ୱେ ଅଣାୟତ୍ତ ହେଉଛି କରୋନା । ସରକାର ସଂକ୍ରମଣ ଏଡାଇବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ପ୍ରୟାସ ଚଳାଇଛନ୍ତି । ଭାରତରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ରେ ପହଞ୍ଚିସାରିଛି । ଏପର୍ଯ୍ୟନ୍ତ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ଆଜି ଭାରତର ୪ଟି ରାଜ୍ୟରେ କରୋନାଭାଇରସର ନୂଆ ମାମଲା ସାମନାକୁ ଆସିଛି । ଓଡିଶା, ଜମ୍ମୁକାଶ୍ମୀର, ଲଦାଖ ଓ କେରଳ ପ୍ରତ୍ୟେକ ରାଜ୍ୟରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ପିଆଇବି ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.