ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ବଢି ବଢି ଚାଲିଛି । ଏଥିପାଇଁ ରାଜଧାନୀବାସୀ ଚିନ୍ତାରେ ଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ ହଷ୍ଟେଲ୍ରେ କରୋନା ସଂକ୍ରମଣ ଚିହ୍ନଟ ହେବା ରାଜଧାନୀବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ବିଏମସି ସଂକ୍ରମଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରୁଥିବା ବେଳେ ସେଥିମଧ୍ୟରୁ କଳିଙ୍ଗ ଷ୍ଟାଡିୟମର ମହିଳା ଓ ପୁରୁଷ ସ୍ପୋର୍ଟସ ହଷ୍ଟେଲ ମଧ୍ୟ ରହିଛି । ଏହି ଦୁଇଟି ହଷ୍ଟେଲକୁ ବିଏମସି ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି ।
ଏହି ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ବିଏମସି ଏହି ଅଞ୍ଚଳରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ।
Comments are closed.