Latest Odisha News

BREAKING NEWS

କରୋନା ଭୟ: ସ୍ୟାଣ୍ଡ ଆନିମେସନ ଜରିଆରେ ସଚେତନ କରୁଛନ୍ତି ଶିଳ୍ପୀ

ଭୁବନେଶ୍ୱର: ସ୍ୟାଣ୍ଡ ଆନିମେଟର ସୁବଳ ମହାରଣା ନିଜ ସ୍ୟାଣ୍ଡ ଆର୍ଟ ଜରିଆରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ପ୍ରୟାସ କରିଛନ୍ତି । ଏହି ଆନିମେସନରେ ଚୀନରେ କିପରି କରୋନାର ସୃଷ୍ଟି ହୋଇଛି ଓ ପର୍ଯ୍ୟଟକଙ୍କ ଯୋଗୁଁ ଏହା ଦେଶରୁ ଦେଶ କିପରି ବ୍ୟାପିଛି ସେ ନେଇ ବର୍ଣ୍ଣନା ହୋଇଛି ।

ଏଥି ସହ ଆମେ କିପରି ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଅଧିକରୁ ଅଧିକ ଘରେ ରହିବା କରୋନାକୁ ଦୂରେଇ ଦେବା ସେ ସମ୍ପର୍କରେ ସୁନ୍ଦର ଭାବେ କୁହାଯାଇଛି । ଶେଷରେ ସ୍ୟାଣ୍ଡ ଆନିମେଟର ସୁବଳ ମହାରଣା ଲୋକଙ୍କୁ ହାତ ଯୋଡି କରୋନା ଭାଇରସ୍‌କୁ ଦେଶରୁ ହଟାଇବା ନେଇ ନିବେଦନ କରିଛନ୍ତି ।

Leave A Reply

Your email address will not be published.