Latest Odisha News

BREAKING NEWS

ଲାଞ୍ଜିଗଡ଼ ରିଫାଇନାରୀ କାରଖାନାରେ ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ କଡ଼ାକଡ଼ି ଲାଗୁ ହେଲା କରୋନା ପ୍ରତିରୋଧକ ବ୍ୟବସ୍ଥା

ଲାଞ୍ଜିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ନିଜର କାରଖାନା କାର୍ଯ୍ୟ ଜାରି ରଖିଥିବା ବେଳେ କର୍ମଚାରୀ ଏବଂ ହିତାଧିକାରୀଙ୍କ ସୁରକ୍ଷାକୁ ବିଶେଷ ଦୃଷ୍ଟିରେ ରଖି ବିଭିନ୍ନ ପ୍ରତିରୋଧମୂଳକ ପଦକ୍ଷେପ ହାତକୁ ନେଇଛି ।

କୋଭିଡ-୧୯ର ସଂକ୍ରମଣକୁ ପ୍ରତିହତ କରିବା ନେଇ ସରକାର, ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ସମସ୍ତ ନୀତିନିୟମକୁ ପାଳନ କରିବା ସହିତ ନ୍ୟୁନତମ କର୍ମଚାରୀ ତଥା ସଂଶୋଧନ ବିନିଯୋଗର କମ୍ପାନୀ ନିଜର ପରିଚାଳନା କାର୍ଯ୍ୟ ଜାରି ରଖିଥିବା ବେଳେ ସଂକ୍ରମଣ ପ୍ରତିରୋଧ ସଂକ୍ରାନ୍ତୀୟ ସୁରକ୍ଷା ପ୍ରଣାଳୀକୁ ଆହୁରି ସୁଦୃଢ କରିବାନେଇ ନୀତିନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଜୋର ଦେଉଛି କମ୍ପାନୀ ।

ଏଥିପାଇଁ କର୍ମଚାରୀଙ୍କ ଯାତ୍ରାନେଇ ରୋକ ଲଗାଇବା ସହିତ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ତଥା ଏକତ୍ର ଯାତ୍ରା ନକରିବା ଉପରେ ବିଶେଷ ଦୃଷ୍ଟି ଦେଉଛି ବେଦାନ୍ତ ।

Leave A Reply

Your email address will not be published.