ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଂଚଳକୁ ଔଷଧପତ୍ର ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଂଚାଇବା ନିମନ୍ତେ କାର୍ଗୋ ବିମାନ ଚଳାଚଳକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ସରକାରଙ୍କ ସହ ପରାମର୍ଶକ୍ରମେ ଦେଶର ବିଭିନ୍ନ ଅଂଚଳକୁ କାର୍ଗୋ ବିମାନ ଯୋଗେ ଔଷଧପତ୍ର, ଡାକ୍ତରୀ ଉପକରଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏହି କାର୍ୟ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସାମଗ୍ରୀ ଯୋଗାଣକାରୀ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଜରୁରୀ ଭିତ୍ତିରେ ଏହି ସବୁ ଜିନିଷ ଯୋଗାଇବା ବ୍ୟବସ୍ଥା କରିବେ ।
ଦେଶର ପୂର୍ବ ଓ ଉତତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ଏସବୁ ସାମଗ୍ରୀ ଦିଲ୍ଲୀରୁ କୋଲକାତା, ଗୁଆହାଟି, ଦିବ୍ରୁଗଡ଼ ଓ ଅଗରତାଲାକୁ ମାର୍ଚ୍ଚ ୨୯ରୁ ଆଲାଏନ୍ସ ଏୟାର ବିମାନ ଯୋଗେ ପରିବହନ ଆରମ୍ଭ ହୋଇଛି । ଉତ୍ତରାଂଚଳ ପାଇଁ ଭାରତୀୟ ବାୟୁସେନାର ବିମାନ ଦିଲ୍ଲୀରୁ ଚଣ୍ଡିଗଡ଼ ଓ ଲେହକୁ ଆଇସିଏମଆର ଭିଟିଏମ୍ କିଟ୍ସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବ ।
ସେହିଭଳି ମୁମ୍ବାଇ-ଦିଲ୍ଲୀ-ହାଇଦ୍ରାବାଦ-ଚେନ୍ନାଇ-ମୁମ୍ବାଇ ଏବଂ ହାଇଦ୍ରାବାଦ-କୋଏମ୍ବାଟୁର ରୁଟରେ ଚଳାଚଳ କରୁଥିବା ବିମାନଗୁଡ଼ିକ ସଂପୃକ୍ତ ଅଂଚଳ ପାଇଁ ଆଇସିଏମ୍ଆର କିଟ୍ସ, ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆରମ୍ଭ କରିଛନ୍ତି । ଏହାସହିତ ସଂପୃକ୍ତ ବିମାନଗୁଡ଼ିକ ମଧ୍ୟ ଏସବୁ ସାମଗ୍ରୀ ପୁଣେରୁ ଦିଲ୍ଲୀ ତଥା ସିମଳା, ରୁଷିକେଶ, ଲକ୍ଷ୍ନୌ ଓ ଇମ୍ଫାଲରେ ପହଂଚାଇବେ ।
ଚେନ୍ନାଇରେ ମଧ୍ୟ ଆଇସିଏମଆର କିଟ୍ସ ବିମାନ ଯୋଗେ ପହଂଚାଇବା ଆରମ୍ଭ ହୋଇଛି । ହାଇଦ୍ରାବାଦରେ ମଧ୍ୟ ଏହି ସାମଗ୍ରୀ ପହଂଚିଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀରେ ମଧ୍ୟ ଏହି ସାମଗ୍ରୀ ବିମାନ ଯୋଗେ ପହଂଚିଲାଣି । କେନ୍ଦ୍ର ବୟନ ମନ୍ତ୍ରଣାଳୟ ଦ୍ୱାରା ପଠାଯାଇଥିବା ସାମଗ୍ରୀ ଇତିମଧ୍ୟରେ କୋଏମ୍ବାଟୁରରେ ପହଂଚିଛି ।
ଏହିସବୁ ଜରୁରୀ ସାମଗ୍ରୀ ଗନ୍ତବ୍ୟସ୍ଥଳରେ ଯେପରି ଖୁବଶୀଘ୍ର ପହଂଚିବ ସେଥିପାଇଁ ଗ୍ରାହକ-ଯୋଗାଣକାରୀ ଓ ପରିବହନକାରୀ ମାନେ ଦିନରାତି କାମ କରୁଛନ୍ତି । କରୋନା ସଂକ୍ରମଣର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଚାଲିଛି ।
BREAKING NEWS
- କିଚକେଶ୍ୱରୀ ମନ୍ଦିରର ଉନ୍ନତିକରଣ; କେନ୍ଦ୍ର ପକ୍ଷରୁ ୪୪.୯୧ କୋଟି ମଞ୍ଜୁର…
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…

Comments are closed.