ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ସାରା ଦେଶରେ ହୁ ହୁ ବଢୁଛି ସଂକ୍ରମଣ । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ବି କୋଭିଡ ରୋଗୀଙ୍କ ଗ୍ରାଫ ବଢୁଥିବା ଲକ୍ଷ୍ୟ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮୦୫ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ପଜେଟିଭିଟି ରେଟ ବୃଦ୍ଧି ପାଇ ୩.୧୯ରେ ପହଞ୍ଚିଛି । ଗତକାଲି ମଧ୍ୟ ଦେଶରେ ୧୮୯୦ ନୂଆରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ।
ଦିଲ୍ଲୀରେ ରବିବାର ୧୫୩ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏଠାରେ ଦୈନିକ ପଜିଟିଭିଟ ହାର ବୃଦ୍ଧି ପାଇ ୯.୧୩ରେ ପହଞ୍ଚିଛି ।ରବିବାର ଏହି ହାର ୪.୯୮ ଥିଲା ଏବଂ ୧୩୯ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀରେ କ୍ରମାଗତ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଶୁ୍କ୍ରବାର ୧୫୨, ଗୁରୁବାର ୧୧୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ।
ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଜି ଏକ ବୈଠକ ଡାକିଛନ୍ତି । ଆଜି ସନ୍ଧ୍ୟାରେ ଆୟାେଜିତ ଏହି ବୈଠକରେ କରୋନା ପ୍ରସ୍ତୁତିର ସମୀକ୍ଷା ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଡି ହେବେ । ଏପ୍ରିଲ ୧୦ ଓ ୧୧ ପାଇଁ ଏକ ଦେଶବ୍ୟାପୀ ମକ୍ ଡ୍ରିଲ୍ ଯୋଜନା କରାଯାଇଛି । ଏ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରୋନା ପ୍ରସଙ୍ଗରେ ବୈଠକ କରିଥିଲେ ।
ଅନ୍ୟପକ୍ଷେ ରାଜ୍ୟରେ ମଧ୍ୟ କୋଭଡି ସଂକ୍ରମଣ ବଢୁଥିବା ଲକ୍ଷ୍ୟ କରାଯାଉଛି । ସାରା ଦେଶରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଖୁବ ଶୀଘ୍ର ଆସିବ । ଏ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ RMRC ନିର୍ଦ୍ଦେଶକ ଯୋଗ ଦେଇ ରାଜ୍ୟରେ କୋଭିଡି ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ । ବିଶେଷକରି ସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ, ଟ୍ରାକିଂ ଓ ଟେଷ୍ଟିକୁ ଗୁରୁତ୍ୱ ଦିଆଯିବ ।
Comments are closed.