Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ୍ ! ଆଦିବାସୀ ପରିବାରରେ ଅପପୁଷ୍ଟି ନେଇ ଆକ୍ଷେପ କଲେ ଅର୍ଜୁନ

ଭୁବନେଶ୍ୱର : ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଦାରିଦ୍ର୍ୟର କରାଳ ରୂପ ! ଏକଥା ଆମେ କହୁନାହୁଁ, ଯାଜପୁର ଦାନଗଦୀ ବ୍ଲକ୍‌ ରଣାଗୁଣ୍ଡି ପଞ୍ଚାୟତ ରଗଡ଼ା-ଘାଟିସାହିର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ୩ବର୍ଷର ଶିଶୁକନ୍ୟା ସାଂଘାତିକ ଅପପୁଷ୍ଟିରେ ଆକ୍ରାନ୍ତ ହେବା ଘଟଣା ଓ ଏହାକୁ ନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ କରିବା, ଏହାର ବାସ୍ତବିକତାକୁ ଜାହିର କରିଛି ।

ଜାତୀୟ ମାନବାଧିକାର ଆୟୋଗରେ ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ଯେ, ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳାରୁ ଶିଶୁଟି ଅପପୁଷ୍ଟିର ଶିକାର ହୋଇଛି । ଜିଲାର ଆଦାବାସୀବହୁଳ ସୁକିନ୍ଦା ବ୍ଲକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ମୌଳିକ ସମସ୍ୟାର ସମାଧାନ, ଏଯାବତ ସମ୍ପୂର୍ଣ୍ଣ ମାତ୍ରାରେ ସଫଳ ହୋଇପାରିନାହିଁ। ଏହାସହ ଏହି ଅଞ୍ଚଳରେ ଆଦିବାସୀ ପରିବାରରେ ଅପପୁଷ୍ଟି ମାମଲା ପ୍ରତିଦିନ ଆଗକୁ ଆସିବାରେ ଲାଗିଛି ।

ଏସବୁ ଭିତରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶନିବାର ଦୁଇଦିନିଆ ଯାଜପୁର ଜିଲା ଗସ୍ତରେ ଆସି ସୁକିନ୍ଦା ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କୁ ଅପପୁଷ୍ଟି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । କେନ୍ଦ୍ର ଆଦିବାସୀ ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଏନେଇ ଆଦୌ ଯତ୍ନବାନ ନୁହନ୍ତି, ଯାହାକି ପରିତାପର ବିଷୟ । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁ୍ତ୍ବର ସହ ନନେବା ଚିନ୍ତାଜନକ।

ଉଲ୍ଲେଖଯୋଗ୍ୟ; ରାଜ୍ୟରେ ପୁଷ୍ଟିହୀନତାର ଚିତ୍ର ଉଦବେଗଜନକ ରହିଛି। ୧୯% ଶିଶୁ, ଜନ୍ମରୁ କମ୍ ଓଜନ, ୩୧% ଶିଶୁ ପୁଷ୍ଟିହୀନତାର ଶିକାର, ୬୪% ଶିଶୁ ରକ୍ତହୀନତାର ଶିକାର ଓ ୬୧.୮% ଗର୍ଭବତୀ ମହିଳା ରକ୍ତହୀନତାର ଶିକାର। ତେବେ ପ୍ରଶ୍ନ ହେଉଛି, ଏହାପରେ ବି କ’ଣ ସରକାର କହିବେ ଯେ ରାଜ୍ୟରେ ବିକାଶ ହୋଇଛି।

Leave A Reply

Your email address will not be published.