Latest Odisha News

BREAKING NEWS

କରୋନା ଛଡାଇନେଲା ଜୀବିକା: ଦୁର୍ଦ୍ଦିନରେ ୫୦ ରୁ ଉର୍ଦ୍ଧ କୁମ୍ଭକାର ପରିବାର

ଯାଜପୁର: କରୋନା ଛଡାଇନେଲା ଜୀବିକା। ଦୁଃଖରେ ଦିନ କାଟୁଛନ୍ତି ଯାଜପୁର ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଅଂଚଳର ମାଟି କାରିଗର । ବିକ୍ରି ହେଉନି ସେମାନଙ୍କ ମାଟି ତିଆରି ସାମଗ୍ରୀ । ୩ ମାସ ହେବ ରୋଜଗାର ହରାଇ ଏମାନେ ହାତବନ୍ଧି ବସିଛନ୍ତି । ଫଳରେ ପରିବାର ପ୍ରତିପୋଷଣ କରିବା ଏବେ କଷ୍ଟକର ହୋଇପଡିଛି । ରୋଜଗାର ନଥିବାରୁ ଆଗକୁ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତା ବଢିଯାଇଛି ।

ଏବେ ଚିନ୍ତାରେ ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଂଚାୟତ କୁମ୍ଭକାର ସାହିର ୫୨ଟି କୁମ୍ଭାର ପରିବାର । କାହିଁ କେଉଁ କାଳରୁ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ଏମାନେ ଚଳୁଛନ୍ତି । ପୁରୁଷ ପୁରୁଷ ଧରି ଏମାନେ ଜିଲ୍ଲାର ବିଭିନ୍ନ ହାଟ ବଜାର ଓ ଜିଲ୍ଲା ବାହାରକୁ ମାଟି ନିର୍ମିତ ହାଣ୍ଡି, ମାଠିଆ, କଳସ ଓ ଦୀପ ଆଦି ଯୋଗାଇ ଆସୁଥିଲେ । ହେଲେ କରୋନା ଜନିତ କଟକଣା ପାଇଁ ଏବେ ଫିକା ପଡିଛି ବ୍ୟବସାୟ । ତାଲାବନ୍ଦ ପାଇଁ ପ୍ରାୟ ୩ ମାସ ହେବ ପ୍ରସ୍ତୁତ ହୋଇଥିବା ସାମଗ୍ରୀ ବିକ୍ରି ହୋଇ ନପାରି ପଡିରହିଛି । ବ୍ୟବସାୟ ନହେବାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ୫୦ ରୁ ଉର୍ଦ୍ଧ କୁମ୍ଭକାର ପରିବାର । ଅତି ଦୟନୀୟ ସ୍ଥିତିରେ ଜୀବନ କାଟୁଛନ୍ତି ଏମାନେ । ରୋଜଗାର ନଥିବାରୁ ପରିବାର ପ୍ରତିପୋଷଣ କରିବା ଏବେ ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ଏଭଳି ପରିସ୍ଥିତିରେ ଆଗକୁ କେମିତି ଦିନ କଟିବ ତାକୁ ନେଇ ଏମାନଙ୍କ ଚିନ୍ତା ବଢିଯାଇଛି । ମାଟିରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରୁଥିବା ଏହି କାରିଗର ଏବେ ଜୀବନ ଓ ଜୀବିକା ନେଇ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.