ମୟୂରଭଞ୍ଜ: କରୋନୋ ମହାମାରୀରେ ନିଜ କର୍ତ୍ତବ୍ୟକୁ ଆଦରି ବଡମା’ଙ୍କ ଶେଷ ଦର୍ଶନକୁ ତ୍ୟାଗ କଲେ । ନିଜ ଦେଶ ତଥା ରାଜ୍ୟ ପ୍ରତି ଏଭଳି କର୍ତ୍ତବ୍ୟପରାୟଣତାର ପ୍ରମାଣ ଦେଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କଲେ ମୟୂରଭଞ୍ଜର ଜଣେ ସୁଦକ୍ଷ ପୋଲିସ ଅଧିକାରୀ ।
ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ । ନିଜ ବଡମା’ଙ୍କ ଦେହାନ୍ତ ଖବର ଶୁଣି ଭାଙ୍ଗିପଡିଥିଲେ । ହେଲେ କରୋନା ମହାମାରୀ ଭଳି ଘଡିସନ୍ଧି ସମୟରେ ପରିବାର ଅପେକ୍ଷା ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଥିଲେ । ଛାତିକୁ ପଥର କରି ବଡମା’ଙ୍କ ଶେଷଦର୍ଶନ କରିବା ବଦଳରେ କରୋନା ଯୋଦ୍ଧା ଭଳି ଶବ୍ଦର ସଜ୍ଞାକୁ ସଠିକ୍ ଦର୍ଶାଇଥିଲେ ।
ଯାଜପୁର ଜିଲ୍ଲା ଜେନାପୁର ପୈତୃକ ଗ୍ରାମରେ ତାଙ୍କ ବଡମା’ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଏଥିରେ ବିଚଳିତ ନ ହୋଇ ନିଜ ଦାୟିତ୍ୱବୋଧକୁ ପ୍ରାଥମିକତା ଦେଇଥିଲେ । ବେତନଟୀ ଥାନା ଅଧିକାରୀଙ୍କ ଏଭଳି କର୍ତ୍ତବ୍ୟପରାୟଣତା ସମସ୍ତ ପୋଲିସ ତଥା ରାଜ୍ୟବାସୀଙ୍କୁ ଭାବବିହ୍ୱୁଳ କରିଛି ।
Comments are closed.